ଦିନିକିଆ କ୍ରିକେଟରେ ଯଶସ୍ୱୀଙ୍କ ଦ୍ୱୈତ ଶତକ

ମୁମ୍ବାଇ: ମୁମ୍ବାଇର ଯଶସ୍ୱୀ ଜୟସ୍ୱାଲ୍‍ ଦିନିକିଆ କ୍ରିକେଟରେ ଦ୍ୱୈତ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଏହି ଗୌରବ ଅର୍ଜନ କରିବାରେ ସେ ସର୍ବକନିଷ୍ଠ ଖେଳାଳି ରହିଛନ୍ତି। ଦିନିକିଆ କ୍ରିକେଟରେ ଦ୍ୱୈତ ଶତକ ହାସଲ କରିବାରେ ସେ ଦେଶର ନବମ ଖେଳାଳି ହୋଇଛନ୍ତି। ତାଙ୍କର ପ୍ରଥମ ବିଜୟ ହଜାରେ ମ୍ୟାଚରେ ୧୭ବର୍ଷ ବୟସ୍କ ଯଶସ୍ୱୀ ୧୫୪ ବଲ୍‍ରୁ ୨୦୩ରନ୍‍ ସଂଗ୍ରହ କରିଛନ୍ତି। କର୍ଣ୍ଣାଟକର ଆଲୁର୍‍ଠାରେ ଝାଡ଼ଖଣ୍ଡ ବିପକ୍ଷରେ ସେ ଏହି ସ୍କୋର ହାସଲ କରିଛନ୍ତି।

ତାଙ୍କର ଏହି ସ୍କୋର ପାଇଁ ମୁମ୍ବାଇ ଟିମ୍‍ ୩୫୯ରନ୍‍ର ଏକ ବିଶାଳ ସ୍କୋର ହାସଲ କରିବାରେ ସକ୍ଷମ ହୋଇଛି। ସେ ୧୨ଟି ଛକା ଓ ୧୭ଟି ଚୌକା ସହାୟତାରେ ଏହି ସ୍କୋର ହାସଲ କରିଛନ୍ତି। ପୂର୍ବରୁ ଗତ ସପ୍ତାହରେ କେରଳର ସଞ୍ଜୁ ସାମ୍‍ସନ୍‍ ଗୋଆଠାରେ ୨୧୨ରନ୍‍ ସଂଗ୍ରହ କରି ଅପରାଜିତ ଥିଲେ।

Comments are closed.