ବେଗୁନିଆ ବ୍ଲକରେ ଆଉ ୧୭ ପଜିଟିଭ ଚିହ୍ନଟ

ବେଗୁନିଆ: ବେଗୁନିଆ ବ୍ଲକର ତୁଳସୀପୁର ଏବଂ ବୋତଳମାଠାରେ ଆଜି ଚାଲିଥିବା ରାପିଡ଼ ଆଣ୍ଟିଜେନ ଟେଷ୍ଟରେ ୧୫ ଜଣ ଏବଂ ମାଣିବନ୍ଧ ସ୍ୱାବ ସେଣ୍ଟରରେ ବେଗୁନିଆ ଥାନାର ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ ଚି଼ହ୍ନଟ ହୋଇଥିବାର ଜଣାପଡିଛି। ତୁଳସୀପୁର ଆଣ୍ଟିଜେନରେ ୧୩ଜଣ ପଜିଟିଭ ଚି଼ହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବଡତୁଳସୀପୁର ଗ୍ରାମର ପୋଡାଡିହ ସମିତି ସଭ୍ୟ ଏବଂ ଜଣେ ଆଶାକର୍ମୀ ଓ ବେଗୁନିଆ ଥାନାର ଓଏପିଏଫର ଜଣେ ମହିଳା ଚି଼ହ୍ନଟ ହୋଇଛନ୍ତି। ସେହିପରି ବୋତଳମକ୍ଷ ପଂଚାୟତରେ ଚାଲିଥିବା ଆରଏଟିରେ ଗୌଡପାଟଣା ଏବଂ ମାଣିକପୁରପାଟଣାର ଦୁଇ ଜଣ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ବେଗୁନିଆ ଥାନାର ଜଣେ ଏଏସଆଇ ଏବଂ ପରିଛଳର ଜଣେ ମହିଳା ଗୃହରକ୍ଷୀ ମାଣିବନ୍ଧ ସ୍ୱାବ ସେଣ୍ଟରରେ ଆଣ୍ଟିଜେନ ଟେଷ୍ଟ କରିବା ପରେ କରୋନା ପଜିଟିଭ ଥିବା ଜଣା ପଡିଛି। ବେଗୁନିଆ ଥାନାରେ ୪ଜଣ କର୍ମଚାରୀ ପଜିଟିଭ ଚି଼ହ୍ନଟ ହେବା ପରେ ମଧ୍ୟ ଏବଂ ଏଠାକୁ ଲୋକମାନଙ୍କର ଯିବା ଆସିବା ଲାଗିରହିଥିବା ବେଳେ ଥାନାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ନାହିଁ। ଥାନାକୁ ଆସୁଥିବା ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବେଗୁନିଆ ବ୍ଲକରେ ପଜିଟିଭ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି।

Comments are closed.