୧୭ ଜୁନ ୨୦୧୯ – ସୋମବାର ରାଶିଫଳ

ମେଷ: ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ମିଳିବ ନାହିଁ। କ୍ଳାନ୍ତିବୋଧ କରିପାରନ୍ତି। ପରଧନରେ ଧନୀ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ଜନପ୍ରିୟ ହେବେ। ରସିକ ହେବେ। ପ୍ରିୟ ଭାଷୀ ଓ ଧନ, ଯାନ-ବାହନଯୁକ୍ତ ହୋଇପାରନ୍ତି।
ବୃଷ: ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ଧର୍ମପ୍ରିୟ, ପଣ୍ଡିତ ଓ ଶିଳ୍ପ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ, ଯୁବତୀ ପ୍ରିୟ ଓ ଚଞ୍ଚଳ ଚେଷ୍ଟିତ ହେବେ। ଶାସ୍ତ୍ରଜ୍ଞ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ରାଜପୂଜା ମିଳିବାର ସୁଯୋଗ ଜୁଟିଛି।
ମିଥୁନ: ନିଜ କାର୍ଯ୍ୟ ଆନନ୍ଦଦାୟକ ହୋଇପାରେ। ବନ୍ଧୁ ସୁଖ ମିଳିବ। ଥଣ୍ଡା, କଫରେ ପୀଡ଼ିତ ହୋଇପାରନ୍ତି। ଅଧିକ ଶ୍ରମ ସ୍ୱୀକାର କରିବାକୁ ବାଧ୍ୟ ହେବେ। ମନ ଆତୁରିତ ହୋଇପାରେ। କାର୍ଯ୍ୟ ହାସଲ ପାଇଁ ଲଢ଼େଇ କରି ବିଜୟୀ ହେବେ। ଶାନ୍ତ ଓ ନିପୁଣ ହେବେ।
କର୍କଟ: ମନରେ ଅଶାନ୍ତି ଉପୁଜି ପାରେ। ଶତ୍ରୁଭୟ ରହିଛି। ନୃତ୍ୟ, ସଙ୍ଗୀତପ୍ରିୟ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଶତ୍ରୁ ଆପଣା ଛାଏଁ ଅପସରି ଯିବ।
ସିଂହ: ପରିସ୍ଥିତି ବଦଳି ଯାଇପାରେ। ଚିନ୍ତା ଗ୍ରସ୍ତ ହୋଇପାରନ୍ତି। ସନ୍ତାନ, ସନ୍ତତି ଲାଭ କରିପାରନ୍ତି। ଉତ୍ତମ ମିତ୍ର ବା ପୁତ୍ର ଲାଭର ସୁଯୋଗ ସୃଷ୍ଟି ହୋଇଛି। ମନ୍ତ୍ର-ଶାସ୍ତ୍ରାଦିକୁ ଆୟତ୍ତ କରିପାରିବେ। ଧନ ଓ ଯାନ-ବାହନ ଲାଭ ହେବ। ବିଶୁଦ୍ଧ ଭାଷୀ ହେବେ।
କନ୍ୟା: ଅଭାବ ମେଣ୍ଟାଇ ପାରନ୍ତି। ଶତ୍ରୁବୃଦ୍ଧି ହେଲେ ବି ତାକୁ ଦମନ କରିବାକୁ ସକ୍ଷମ ହେବେ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ବହୁ ସମ୍ମାନର ଅଧିକାରୀ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉପହାର ମିଳିପାରେ। ମିଷ୍ଟାନ ଭୋଜନରେ ଆପ୍ୟାୟିତ ହେବେ।
ତୁଳା: ଆୟରେ ଢ଼େର ଉନ୍ନତି ଘଟିବ। ଅତ୍ୟଧିକ ପରିଶ୍ରମ ଯୋଗୁଁ କ୍ଳାନ୍ତ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇପାରନ୍ତି। ସହିଷ୍ଣୁ ହେବେ। ପ୍ରଫୁଲ୍ଲମୁଖ ଓ ରୂପବାନ୍‌ ହୋଇପାରନ୍ତି।
ବିଛା: କୃଷି କାର୍ଯ୍ୟରେ ଲାଗି ପଡ଼ିବେ। ଆଶାବାଦୀ ହୋଇପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନ ମିଳିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ପାରିବାରିକ ସୁଖ ଅବ୍ୟାହତ ରହିବ। ଧନବାନ୍‌ ହୋଇପାରନ୍ତି। ଗୁଣବାନ୍‌ ଓ ଉପାର୍ଜନକାରୀ ହେବେ।
ଧନୁ: କର୍ମକ୍ଷେତ୍ରରେ ପଦୋନ୍ନତି ଘଟିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମଧୁର ସମ୍ଭାଷଣରେ ଅନ୍ୟମାନଙ୍କୁ ବଶ କରିବାରେ ସକ୍ଷମ ହୋଇପାରନ୍ତି। କେତେକ କ୍ଷେତ୍ରରେ ସାମୟିକ ବିରୋଧର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି।
ମକର: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ନାନାବିଧ ସମ୍ମାନର ଅଧିକାରୀ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ଉତ୍ତମ ବସ୍ତ୍ର, ରତ୍ନ ଓ ଯାନ-ବାହନ ମିଳିବ। ସରକାରୀ ଅର୍ଥ ମିଳିପାରେ।
କୁମ୍ଭ: କର୍ମକ୍ଷେତ୍ରରେ ଉପୁଜିଥିବା ଅଶାନ୍ତି ଦୂର କରିବାରେ ସକ୍ଷମ ହେବେ। ଧନପ୍ରାପ୍ତି ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ବହୁ ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଲୋକସଂପର୍କ ଅତ୍ୟଧିକ ହୋଇପାରେ।
ମୀନ: ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଉତ୍ତମ ଗୁଣ ଓ ନୀତିନିଷ୍ଠ ହେବେ। ବିନୀତ ସ୍ୱଭାବର ହେଲେ ବି; ଯୁଦ୍ଧପ୍ରିୟ ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହୋଇପାରନ୍ତି।

Comments are closed.