୧୭ ଜୁଆଡି ଗିରଫ, ୧ ଲକ୍ଷ ୮୧ ହଜାର ଟଙ୍କା ଓ ଗାଡି ଜବତ।

ଝାରସୁଗୁଡ଼ା ସହରାଞ୍ଚଳରେ ଆଜି ରାତିରେ ଝାରସୁଗୁଡ଼ା ପୁଲିସ ଏକ ବଡ ଧରଣର  ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା ।ସହରାଞ୍ଚଳର  କାଳୀ ମନ୍ଦିର ରୋଡ଼ ରେ ଥିବା ବିଜେଡି କାର୍ଯ୍ୟଳୟ ପାଖରେ ବିକାଶ ଜୟସ୍ୱାଲ ନାମକ କପଡା ବ୍ୟବସାୟୀ ଘରେ ଚଢ଼ଉ କରିଥିଲା ।  ଘର ଭିତରେ ବ୍ରଜରାଜନଗର ନଗର ଅଞ୍ଚଳର କୁଖ୍ୟାତ ଜୁଆଡି ସଞ୍ଜୟ ସିଂ, ବିକାଶ ଜୟଶ୍ୱାଲ ସମେତ ମୋଟ ୧୭ ଜଣ ଯୁଆଡ଼ି ଜୁଆ ଖେଳୁଥିବା ଦେଖାଯାଇଥିଲା ।

ପୁଲିସ ସମସ୍ତ ଙ୍କୁ କାବୁ କରିଥିଲା । ସେମାନଙ୍କ ଠାରୁ ଜୁଆରେ ବ୍ୟବହାର କରାଯାଉଥିବା ତାସ, ନଗଦ ୧ ଲକ୍ଷ  ୮୧ ଜବତ କରିଥିଲା । ସେମାନଙ୍କ ଗାଡି ଗୁଡିକୁ ମଧ୍ୟ ଜବତ କରିଥିଲା ।  ସମସ୍ତଙ୍କୁ  ଗିରଫ କରାଯାଇ ଝାରସୁଗୁଡା ଟାଉନ ଥାନାରେ  ରଖା ଯାଇଛି । ଆସନ୍ତା କାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଝାରସୁଗୁଡ଼ା ଏସପି ରାହୁଲ ପି.ଆର  ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

Comments are closed.