ଲିବ୍ୟାରୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ୧୭ ନିଯୁକ୍ତ

ନୂଆଦିଲ୍ଲୀ: ଯୁଦ୍ଧ ବିଧ୍ୱସ୍ତ ଲିବ୍ୟାରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ୧୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏକ ଟ୍ୱଇଟରେ ଏହା କହିଛନ୍ତି। ସେ କହିଛନ୍ତି, ଲିବ୍ୟାରୁ ଭାରତକୁ ଆସିବାପାଇଁ ବହିର୍ଗମନ ଭିସା ଏବଂ ଆବଶ୍ୟକସ୍ଥଳେ ତାହାର ମିଆଦ ପୂରି ଯାଇଥିଲେ ବିକଳ୍ପ ବ୍ୟବସ୍ଥା କରିବାକୁ ଲିବ୍ୟାସ୍ଥିତ ଭାରତୀୟ ଦୂତାବାସକୁ କୁହାଯାଇଛି। ଇତିମଧ୍ୟରେ ସେଠାକାର ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଛି। ତେଣୁ ସେଠାରେ ବସବାସ କରୁଥିବା ଭାରତୀୟମାନେ ଏହି ସୁଯୋଗର ଲାଭ ନେବାକୁ ଶ୍ରୀମତୀ ସ୍ୱରାଜ କହିଛନ୍ତି। ପୂର୍ବରୁ ଯୁଦ୍ଧ ବିଧ୍ୱସ୍ତ ଲିବ୍ୟା ଛାଡ଼ି ଭାରତ ଆସିବାକୁ ଶ୍ରୀମତୀ ସ୍ୱରାଜ କହିଥିଲେ।

Comments
Loading...