ଦେଶରେ ୧୬,୭୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୨୨୦ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨୨୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୭୫୮୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩,୪୨,୬୬,୩୬୩ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି କରୋନାରୁ ଆରୋଗ୍ୟ ହାର ୯୮.୩୬% ରହିଛି । ଅନ୍ୟପକ୍ଷରେ ଦୈନିକ ସଂକ୍ରମଣ ହାର ୧.୩୪% ଓ ସାପ୍ତାହିକ ସଂକ୍ରମଣ ହାର ୦.୮୯% ରହିଥିବାଜଣାଯାଇଛି । ଦେଶରେ ସଂପ୍ରତି ୯୧,୩୬୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି । ଗୁରୁବାର ସଂଧ୍ୟା ସୁଦ୍ଧା ୬୭.୭୮ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ସେହି ସମୟ ମଧ୍ୟରେ ୧୪୪.୫୪ କୋଟି ପାନ ଟିକା ଦିଆଯାଇଛି ।

Comments are closed.