ଦେଶରେ ଚିହ୍ନଟ ହେଲେ ୧୬,୧୫୬ ନୂଆ ଆକ୍ରାନ୍ତ; ୭୩୩ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ବୁଧବାର ଦିନକ ମଧ୍ୟରେ ୧୬,୧୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୭୩୩ ଜଣ କରୋନା ଆକ୍ରାନଙ୍କର ପ୍ରାଣହାନି ଘଟିଛି । ସେହି ସମୟ ମଧ୍ୟରେ କରୋନାରୁ ୧୭,୦୯୫ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୩୬,୧୪,୪୩୪ ଜଣ ସୁସ୍ଥ ହୋଇସାରିଲେଣି । ଏହା ବାଦ୍‌ ସଂପ୍ରତି ୧,୬୦,୯୮୯ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧.୨୫% ଏବଂ ସାପ୍ତାହିକ ହାର ୧.୧୯% ରହିଛି । ଅନ୍ୟପକ୍ଷରେ କରୋନାରୁ ସୁସ୍ଥତା ହାର ୯୮.୨% ରହିଥିବା ଜଣାଯାଇଛି । ବୁଧବାର ସଂଧ୍ୟା ସୁଦ୍ଧା ଦେଶରେ ୬୦.୪୪ କୋଟି ନମୁନା ପରୀକ୍ଷା କରାଯାଇଛି । ସେହି ସମୟ ସୁଦ୍ଧା ୧୦୪.୦୪ କୋଟି ପାନ ଟିକା ଦିଆଯାଇଛି ।

Comments are closed.