ରାଜସ୍ଥାନରେ ପ୍ରତ୍ନତତ୍ତ୍ୱ ଏବଂ ରାଜକୀୟ ସଂଗ୍ରହାଳୟରୁ ମୂଲ୍ୟବାନ ସୁନା ଟଙ୍କା ଚୋରି ଅଭିଯୋଗ

ଜୟପୁର : ରାଜସ୍ଥାନର ଭରତପୁରରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଭରତପୁରର ପ୍ରତ୍ନତତ୍ତ୍ୱ ଏବଂ ରାଜକୀୟ ସଂଗ୍ରହାଳୟରୁ ଗୁପ୍ତକାଳର ଏକ ସୁନାର ଟଙ୍କା ଚୋରି ହୋଇଯାଇଛି। ଏହି ସୁନା ଟଙ୍କା ୧୬୦୦ ବର୍ଷ ପୁରୁଣା ଓ ଏହାର ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି।
ଟଙ୍କା ଚୋରି ହେବା ଜଣାପଡିବା ପରେ ପ୍ରତ୍ନତତ୍ତ୍ୱ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା। ପୁଲିସ ନିକଟରେ ଏନେଇ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି। ପୁଲିସ ସଂଗ୍ରାହଳରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପଚରାଉଚରା କରିବା ସହ ସିସିଟିଭ ଫୁଟେଜ ଯାଞ୍ଚ କରିଛି।
ଗତ ମାସରେ ଜୁନରେ ବିଭାଗ ଦ୍ୱାରା ସଂଗ୍ରାହଳୟରେ ରଖାଯାଇଥିବା ଏହି ପ୍ରାଚୀନ ଟଙ୍କାର ଡିଜିଟାଲ ରେକର୍ଡ ପ୍ରସ୍ତୁତ କରିବା ପାଇଁ ଟଙ୍କାର ଗଣତି କରାଯାଉଥିଲା, ସେହି ସମୟରେ ଏକ ଗୁପ୍ତକାଳର ଟଙ୍କା ନଥିବା ଜଣାପଡିଥିଲା। ଏହାପରେ ମଥୁରା ଗେଟ ଥାନାରେ ସଂଗ୍ରାହଳୟର ଅଧ୍ୟକ୍ଷକ ଏନେଇ ଅଭିଯୋଗ କରାଯାଇଥିଲା। ଘଟଣାର ତଦନ୍ତ କରାଯାଉଛି ବୋଲି ସୂଚନା ମିଳିଛି।

 

Comments are closed.