ଅନନ୍ତପୁରରେ ୧୬୦ ସ୍ୱାବ ସଂଗ୍ରହ

ଗୁରୁଡିଝାଟିଆ: ଆଠଗଡ ବ୍ଲକ ଅନ୍ତର୍ଗତ ଅନନ୍ତପୁରରେ ଆଜି ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱାବ ସଂଗ୍ରହ କରାଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦିଲ୍ଲିପ ଦାସଙ୍କ ଉପସ୍ଥିତିରେ ଗୁରୁଡିଝାଟିଆ, ରାଧାକିଶୋରପୁର, ଛଅଗାଁ, ଘଣ୍ଟିଖାଲ, ଶ୍ରୀ ସିମେଣ୍ଟ, ଆରତୀ ଷ୍ଟିଲ, ଜେନାପଦା, ଖୁଣ୍ଟୁଣୀ, ବ୍ରହ୍ମପୁର ଆଦି ସ୍ଥାନରୁ ୧୬୦ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦାସଙ୍କ ସହିତ ଡାକ୍ତର ଦୀପକ ରାଜ, ଡାକ୍ତର ଦେବୀ ପ୍ରସାଦ ଗିରି, ଡାକ୍ତର ମଧୁସ୍ମୀତା ପ୍ରଧାନ, କବିତାରାଣୀ ଦାସ, ପୁଷ୍ପମିତ୍ରା ଦାସ, ସତ୍ୟ ସମ୍ଭ୍ରମ ବେଉରା ପ୍ରମୁଖ ଉପସ୍ଥିତ ରହି ସ୍ୱାବ ସଂଗ୍ରହ କରିଥିଲେ।

Comments are closed.