କଟକ ସହରରୁ ଆଉ ୧୬ ପଜିଟିଭ୍ ଚିହ୍ନଟ

କଟକ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି। ପ୍ରତିଦିନ ଶହ ଶହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ ସୋମବାର କଟକ ମହାନଗର ନିଗମ(ସିଏମସି) ଅଞ୍ଚଳରୁ ପୁଣି ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୬ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୮ ଜଣ ହୋମ କ୍ୱାରେଣ୍ଟାଇନ ଓ ୨ ଜଣ ଲୋକାଲ କେସ ବୋଲି ଜଣାଯାଇଛି ।


କଟକ ସହରର ଡଗରପଡ଼ାରୁ ଜଣେ ଓ ସୂତାହାଟରୁ ଜଣେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ୧୬ ଜଣଙ୍କୁ ମିଶାଇ କଟକ ମହାନଗର ନିଗମ(ସିଏମସି) ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୩୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଆକ୍ଟିଭ କେସ ୧୪୨ ଜଣ ଥିବାବେଳେ ୨୧୭ ଜଣ ସୁସ୍ଥ ହୋଇଛନ୍ତି । ଏହାଛଡ଼ା ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବା ସିଏମସି ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

Comments are closed.