୩ ରାଜ୍ୟରେ ସଡ଼କ ଦୁର୍ଘଟଣା, ୧୬ ଶ୍ରମିକଙ୍କ ମୃତ୍ୟୁ

ପାଟଣା/ଲକ୍ଷ୍ନୌ/ମୁମ୍ବଇ: ମଙ୍ଗଳବାର ୩ ରାଜ୍ୟରେ ପୃଥକ ସଡ଼କ ଦୁର୍ଘଟଣା ଘଟି ୧୬ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ମହୋବାଠାରେ ଓଲଟି ପଡ଼ିବାରୁ ୩ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେହିପରି ମହାରାଷ୍ଟ୍ରର ୟୱତମାଲରେ ଏକ ବସ୍‌ ଏବଂ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୨୨ ଜଣ ଆହତ ହୋଇଛନ୍ତି।

ଏହା ପରେ ବିହାରର ଭାଗଲପୁରରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ପାଇପ ବୋଝେଇ ଟ୍ରକ ସହିତ ଧକ୍କା ହେବାରୁ ୯ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ଶ୍ରମିକଙ୍କୁ ନେଇ ବସ୍‌ଟି ଦରଭଙ୍ଗାରୁ ବାଙ୍କା ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକଟି ରାସ୍ତାପାର୍ଶ୍ଵରେ ଥିବା ଏକ ଖାଲକୁ ଖସିପଡ଼ିଥିଲା। ଘଟଣାସ୍ଥଳରୁ ୯ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Comments are closed.