ବଣମହୁଲଡିହା ଜଙ୍ଗଲରେ ୧୬ ହାତୀ, ଲୋକେ ଆତଙ୍କିତ

ପାଟଣା : ପାଟଣା ରେଞ୍ଜ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମ ନିକଟସ୍ଥ ଦଲିକି ଜଙ୍ଗଲରେ ଆଜି ଅପରାହ୍ନରେ ଏକ ୧୬ ଘରିଆ ବଣୁଆ ହାତୀ ପଲ ପ୍ରବେଶ କରିଛନ୍ତି । ଗତକାଲି ଏହି ହାତୀ ପଲ ବଣମହୁଲଡିହା ଗ୍ରାମ ର କିଛି ଚାଷଜମି ଦଳି ମକଚି ନଷ୍ଟ କରିଥିବା ବେଳେ ଆଜି ଭୋରରୁ ଏହି ହାତୀ ପଲ ଘଞ୍ଚ ଜଙ୍ଗଲକୁ ଚାଲିଯାଇଥିଲେ । ପୁନଶ୍ଚ ଆଜି ସଂନ୍ଧ୍ୟାରେ ଏହି ହାତୀ ପଲ ବଣମହୁଲଡିହା ନିକଟସ୍ଥ କୋଇଲିଟିକିରା ଜଙ୍ଗଲରେ ପହଞ୍ଚି ଥିବା ଖବର ମିଳିବା ପରେ ବଣମହୁଲଡିହା ସମେତ ଆଖପାଖ ତାଟି କବାଟ ପଡ଼ିଯାଇଛି । ଖବର ତଣ୍ଡୋ ଫରେଷ୍ଟ ଗାର୍ଡ ପ୍ରଜୁକ୍ତା ଜେନା ଓ ସ୍ଥାନୀୟ ବନ ସୁରକ୍ଷା କମିଟି ସଭାପତି ପ୍ରହଲ୍ଲାଦ ପଲେଇଙ୍କ ସହ ସବୁଜ ବାହିନୀ ବଣମହୁଲଡିହା ଗ୍ରାମରେ ପହଞ୍ଚି ହାତୀ ପଲଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଥିବା ଜଣାପଡିଛି । ତେବେ ଗାଁ ନିକଟରେ ଏହି ହାତୀ ପଲ ଥିବାରୁ ଆଖପାଖ ଗାଁରେ ଆତଙ୍କ ଖେଳିଯାଇଛି ।

Comments are closed.