ବିହାରରେ ସନ୍ଦେହଜନକ ଅବସ୍ଥାରେ ୧୬ ଜଣଙ୍କ ମୃତ୍ୟୁ

ବେତିୟା : ବିହାରର ଦେଉରୁବାରେ ଏଯାଏଁ ୧୬ ଜଣଙ୍କର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଗ୍ରାମବାସୀଙ୍କ ମତାନୁଯାୟୀ ବିଷାକ୍ତ ମଦ ପିଇବା କାରଣରୁ ଉକ୍ତ ବ୍ୟକ୍ତିମାନଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ମଦ ପିଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମାତ୍ର ପ୍ରଶାସନ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟତା ମିଳିପାରି ନାହିଁ। ଘଟଣାର ତଦନ୍ତ ଜାରି ରହିଛି।

 

Comments are closed.