୧୬ କୋଟିର ଇଞ୍ଜେକ୍‌ସନ୍‌ ନେଲେ ୩ ବର୍ଷୀୟ ଶିଶୁ ଆୟାଂଶ

ହାଇଦରାବାଦ: ଏକ ବିରଳ ରୋଗର ଚିକିତ୍ସା ପାଇଁ ହାଇଦରାବାଦର ୩ ବର୍ଷୀୟ ଶିଶୁ ଆୟାଂଶଙ୍କୁ ଦିଆଯାଇଛି ବିଶ୍ବର ସବୁଠୁ ଦାମୀ ଇଞ୍ଜେକ୍‌ସନ୍‌; ଯାହାର ମୂଲ୍ୟ ୧୬କୋଟି ଟଙ୍କା। ଏହି ଇଞ୍ଜେକ୍‌ସନ୍‌ର ନାଁ ‘ଜୋଲ୍‌ଗେନ୍‌ସ୍ମା’। ‘ସ୍ପାଇନାଲ ମସ୍କଲାର ଅର୍ଥୋପି’ ନାମକ ରୋଗ ପାଇଁ ଏହି ଇଞ୍ଜେକ୍‌ସନ୍‌ ଦିଆଯାଇଥାଏ। ଆୟାଂଶଙ୍କ ବାପା ଯୋଗେଶ ଗୁପ୍ତା ଓ ମାଆ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ।

ଏହି ଚିକିତ୍ସା ପାଇଁ ଅର୍ଥାଭାବ ଥିବାରୁ ସେମାନେ ସାମାଜିକ ଗଣମାଧ୍ୟମର ସହାୟତା ନେଇଥିଲେ। ‘କ୍ରାଉଡ ଫଣ୍ଡିଂ’ ଜରିଆରେ ସେମାନେ ଗତ ୩ ମାସ ମଧ୍ୟରେ ଆବଶ୍ୟକ ଟଙ୍କା ଯୋଗାଡ଼ ହୋଇଥିଲା। ପ୍ରାୟ ୬୫ ହଜାର ବଦାନ୍ୟ ବ୍ୟକ୍ତିଙ୍କଠାରୁ ଏହି ଟଙ୍କା ମିଳିଥିଲା। ଏହି ଟଙ୍କାରେ ସମ୍ପୃକ୍ତ ଇଞ୍ଜେକ୍‌ସନ୍‌କୁ ଆମେରିକା ମଗାଯାଇଥିଲା। ଜୁନ ୮ରେ ଏହା ଆମେରିକାର ନୋଭାର୍ଟିସରୁ ଆସି ହାଇଦରାବାଦରେ ପହଞ୍ଚିବା ପରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଶୁକ୍ରବାର ଆୟାଂଶଙ୍କୁ ଏହି ଇଞ୍ଜେକ୍‌ସନ୍‌ ଦିଆଯାଇଛି। ଡାକ୍ତର ତାଙ୍କ ପ୍ରତି ସତର୍କ ନଜର ରଖିଛନ୍ତି।

Comments are closed.