ଦିନକରେ ଚିହ୍ନଟ ହେଲେ ୧୫୬ ନୂଆ ଆକ୍ରାନ୍ତ; ସୁସ୍ଥ ହେଲେ ୧୬୭

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୧୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ପୂର୍ବଦିନ ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇଛି। ସେହି ସମୟ ମଧ୍ୟରେ ୧୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୯୩ ଓ ସ୍ଥାନୀୟ ସଂକ୍ରମିତ ୬୩ ରହିଛନ୍ତି। ୧୮ ବର୍ଷରୁ କମ୍‍ ୨୦ ଜଣ ଏମାନଙ୍କ ମଧ୍ୟରେ ରହିଥିବା ଜଣାଯାଇଛି। ବାଲେଶ୍ୱରରୁ ୬, ଭଦ୍ରକ ୩, କଟକ ୬, ଢେଙ୍କାନାଳ ୨, ଗଞ୍ଜାମ ୩, ଜଗତସିଂହପୁର ୨, ଯାଜପୁର ୫, ଝାରସୁଗୁଡା ୫, କେନ୍ଦୁଝର ୪ ଓ ଖୋର୍ଦ୍ଧାରୁ ୮୩ ଚିହ୍ନଟ ହୋଇଛନ୍ତି। କୋରାପୁଟ ୧, ମୟୁରଭଞ୍ଜ ୨, ନୟାଗଡ ୧, ପୁରୀ ୫, ସମ୍ବଲପୁର ୩, ସୁନ୍ଦରଗଡ ୫ ଓ ଷ୍ଟେଟପୁଲରୁ ୨୦ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୪୪୦୯୩ ଜଣ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୧୫୫୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

Comments are closed.