ଆଜିକାଲି ଅନେକ ଲୋକ ବେକ ଯନ୍ତ୍ରଣାରେ ପୀଡିତ। ଏହାଯୋଗୁଁ ସେମାନେ ଅକଥନୀୟ ଯନ୍ତ୍ରଣା ସହ୍ୟ କରିଥାଆନ୍ତି। ଭୁଲ ଅଙ୍ଗଭଙ୍ଗା, ଅଚାନକ ଝଟକା ଲାଗିବା କିମ୍ବା ଅଧିକ ଚିନ୍ତା କାରଣ ବେକ ଯନ୍ତ୍ରଣାର କେତେକ ମୁଖ୍ୟ କାରଣ। ମେରୁଦଣ୍ଡ ହାଡ଼ ବା ସ୍ପାଇନାଲ୍ କର୍ଡ ମୁଖ୍ୟତଃ ମସ୍ତିଷ୍କରୁ ଆସୁଥିବା ସୂଚନାକୁ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ପହଞ୍ଚାଇଥାଏ। କୌଣସି କାରଣରୁ ସ୍ପାଇନାଲ୍ କର୍ଡ ଆଘାତପ୍ରାପ୍ତ ତଥା କ୍ଷତିଗ୍ରସ୍ତ ହେଲେ ଏହା ସମ୍ପୂର୍ଣ୍ଣ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ଏହାଦ୍ବାରା ମସ୍ତିଷ୍କରୁ ଶରୀରର ବିଭିନ୍ନ ଅଙ୍ଗକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ଫଳରେ ପକ୍ଷାଘାତ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ ତେଣୁ ଯଦି ଆପଣଙ୍କର ବେକ ଯନ୍ତ୍ରଣା ସମସ୍ୟା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଏକ ଖାସ୍‌ ବ୍ୟାୟାମ କଲେ ଏଥିରୁ ମୁକ୍ତି ପାଇପାରିବେ। ଏହି ବ୍ୟାୟାମକୁ କରିବା ଦ୍ବାରା ମାତ୍ର ୧୦ ସେକେଣ୍ଡରେ ବେକ ଯନ୍ତ୍ରଣାରୁ ମୁକ୍ତି ମିଳିବ। ତେବେ ଆସନ୍ତୁ ଜାଣିବା କ’ଣ ସେହି ବ୍ୟାୟାମ ଓ କିପରି କରିବା –

-ସର୍ବପ୍ରଥମେ ବ୍ୟାୟାମ କରିବା ପାଇଁ ଭୂମିରେ ଏକ ମ୍ୟାଟ୍‌ ବିଛାନ୍ତୁ ଏବଂ ପିଠି ପଟକୁ ସିଧା କରି ଶୋଇ ପଡନ୍ତୁ।

-ନିଜ ଶରୀରରକୁ ଢ଼ିଲା ଛାଡନ୍ତୁ ଏବଂ ବିଲକୁଲ ରିଲାକ୍ସ ରୁହନ୍ତୁ।

-ଏବେ ଏକ ଟାୱେଲକୁ ମୋଡ଼ି ରୋଲ୍ ଭଳି କରିଦିଅନ୍ତୁ।

-ରୋଲ୍ ଭଳି କରିଥିବା ଟାୱେଲକୁ ନେଇ ନିଜ ଡାହାଣ କାନ୍ଧର ଠିକ୍‌ ତଳେ ରଖନ୍ତୁ।

-ଏବେ ଆପଣଙ୍କ ଡାହାଣ ହାତକୁ ମୁଣ୍ଡ ଆଡକୁ ନେଇ ୯୦ ଡିଗ୍ରୀରେ ମୋଡନ୍ତୁ।

-ଏହି ସମୟରେ ଆପଣ ବାମ ହାତକୁ ଛାତି ଏବଂ ଡାହାଣ ହାତକୁ କାନ୍ଧ ଉପରେ ରଖନ୍ତୁ।

-ଏହି ପଜିସନରେ ୧୦ ସେକେଣ୍ଡ ପର୍ୟ୍ୟନ୍ତ ରୁହନ୍ତୁ।

-ଏପରି କରିବା ଦ୍ୱାରା ଆପଣଙ୍କ ଲକ୍‌ ହୋଇଥିବା ବେକ ଖୋଲିଯିବ ଏବଂ ଯନ୍ତ୍ରଣା ଠାରୁ ମୁକ୍ତି ମିଳିବ।

-ଯଦି ସମ୍ଭବ ହୋଇପାରୁଛି ତ ଏହି ବ୍ୟାୟାମକୁ ଅନେକ ଥର କରିପାରିବେ।

Comments are closed.