ଟଙ୍କା ରଖିବା ପାଇଁ ସମସ୍ତେ ପର୍ସ ରଖନ୍ତି। ଟଙ୍କା ସହ ସେଥିରେ ଅନେକ ଆବଶ୍ୟକୀୟ ଜିନିଷ ବି ରଖନ୍ତି। ତେବେ ଅନେକେ ଅଭିଯୋଗ କରନ୍ତି ଯେ, ଟଙ୍କା ବହୁତ ଖର୍ଚ୍ଚ ହୋଇଯାଉଛି। ଯଦି ଏମିତି ଆପଣଙ୍କ କ୍ଷେତ୍ରରେ ବି ହେଉଛି ତେବେ ନିମ୍ନୋକ୍ତ ଉପାୟ ଆପଣାନ୍ତୁ, ଯଦ୍ଦ୍ବାରା ଖର୍ଚ୍ଚ କମ୍‌ ହେବା ସହ ଟଙ୍କାର ଅଭାବ ରହିବ ନାହିଁ।

୧. ପର୍ସରେ ଛୋଟ ନଡିଆ ରଖନ୍ତୁ। ଛୋଟ ପର୍ସରେ ଜାଗା ନ ହେଲେ ବଡ ପର୍ସରେ ରଖିପାରିବେ।
୨. ଓସ୍ତପତ୍ରକୁ ନ ମୋଡି ରଖନ୍ତୁ, ଯଦ୍ଦ୍ବାରା ଆପଣଙ୍କର ଅଯଥା ଖର୍ଚ୍ଚ ହେବନାହିଁ କି ଅଭାବ ରହିବ ନାହିଁ।
୩. ପର୍ସରେ ବିଷମ ସଂଖ୍ୟାରେ ଗୋମତି ଚକ୍ର ରଖନ୍ତୁ। ଏହାଦ୍ୱାରା ଟଙ୍କା ପଇସାର ଅଭାବ ରହିବ ନାହିଁ। ଆପଣ ମାନସିକ ରୂପରେ ବି ମଜଭୁତ ରହିବେ। ତାସହ ଭବିଷ୍ୟତରେ ଆପଣଙ୍କ ଆର୍ଥିକସ୍ଥିତି ଭଲ ରହିବ।
୪. ଓଭାଲ ହ୍ବାଇଟ୍‌ ଷ୍ଟୋନ୍‌କୁ ପର୍ସରେ ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ସବୁବେଳେ ଖୁସି ମିଳିବ। ନିଜ କାମକୁ ନେଇ ସବୁବେଳେ ସକାରାତ୍ମକ ରହିବେ। ଆଉ ଖୁସି ରହିଲେ ସଫଳତା ନିଶ୍ଚୟ ମିଳିବ।

Comments are closed.