ରାଜ୍ୟରେ ଦିନକରେ ୧୫୧ ଆକ୍ରାନ୍ତ; ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୧୫୧ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଜଣଙ୍କର ମୃତ୍ୟୁ ଘଟିଛି । ଚିହ୍ନଟଙ୍କ ମଧ୍ୟରେ ସଂଗରୋଧରୁ ୮୯ ଓ ସ୍ଥାନୀୟ ସଂକ୍ରମିତ ୬୨ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୨ ଜଣ ରହିଥିବା ଜଣାଯାଇଛି । ରାଜ୍ୟର ଅନୁଗୁଳ ଜିଲାରେ ୧, ବରଗଡ ୧, ଭଦ୍ରକ ୧, କଟକ ୬, ଢେଙ୍କାନାଳ ୨, ଗଜପତି ୨ ଓ ଗଞ୍ଜାମ ଜିଲାରେ ୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଯାଜପୁରରେ ୬, ଝାରସୁଗୁଡା ୨, କେନ୍ଦ୍ରାପଡା ୨, କେନ୍ଦୁଝର ୧, ଖୋର୍ଦ୍ଧା ୬୩, କୋରାପୁଟ ୬, ମୟୁରଭଞ୍ଜ ୩, ନୟାଗଡ ୧, ପୁରୀ ୧୦, ରାୟଗଡା ୨, ସମ୍ବଲପୁର ୬, ସୋନପୁର ୧, ସୁନ୍ଦରଗଡ ୧୫ ଓ ଷ୍ଟେଟପୁଲରୁ ୧୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୨୪୮ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୧୦୩୯୯୨୧ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ସଂପ୍ରତି ୨୧୦୭ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧିପାଇଛି ।

Comments are closed.