ମଣିଷଙ୍କ ପାଇଁ ବିଲୁପ୍ତ ହେବେ ୧୦ଲକ୍ଷ ପ୍ରଜାତିର ଜୀବ !

ପ୍ୟାରିସ : ଆଧୁନିକ ମଣିଷର କାର୍ଯ୍ୟକଳାପ ପ୍ରଭାବରେ ବିଲୁପ୍ତ ହେବାକୁ ଯାଉଛନ୍ତି ୧୦ଲକ୍ଷ ପ୍ରଜାତିର ବିଭିନ୍ନ ଜୀବଜନ୍ତୁ। ଜାତିସଙ୍ଘ ପ୍ରସ୍ତୁତ ଏକ ରିପୋର୍ଟରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। ଏହି ଜୀବଜନ୍ତୁମାନେ ​କେହି କିଛି ଜାଣିବା ପୂର୍ବରୁ ଦ୍ରୁତ ଗତିରେ ବିଲୁପ୍ତି ଅଭିମୁଖେ ଅଗ୍ରସର ହେଉଥିବା; ଏମିତି କି ସମୂହ ଭାବେ ବିଲୋପ ହେବାକୁ ବସିଥିବା ରିପୋର୍ଟରେ କୁହାଯାଇଛି। ମରିଷ ଜାତି ପ୍ରାକୃତିକ ସମ୍ପଦକୁ ଆଖିବୁଜା ଧ୍ବଂସ କରିବା, ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପାୟନ ବୃଦ୍ଧି ସହିତ ଜୀବନଜଗତର ବ୍ୟବାହରିକ ପରିବର୍ତ୍ତନ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ଆସନ୍ତା ୨୯ରେ ପ୍ୟାରିସ​‌େ​‌ର ହେବାକୁ ଯାଉଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀ ଅବସରରେ ଏହି ୧୮୦୦ ପୃଷ୍ଠା ରିପୋର୍ଟର ସାରାଂଶ ୪୪ ପୃଷ୍ଠା​‌େ​‌ର ପ୍ରସ୍ତୁତ ହୋଇଛି। ମଇ ୬ରେ ଏହି ରିପୋର୍ଟ ବିଧିବଦ୍ଧ ଭାବେ ଉନ୍ମୋଚନ ହେବ। ସମ୍ମିଳନୀରେ ଯୋଗ ଦେଉଥିବା ୧୩୦ ଦେଶର ପ୍ରତିନିଧି ଏହା ଉପରେ ଆଲୋଚନା ପରେ ଆବଶ୍ୟକ ସଂଶୋଧନ କରାଯିବ ବୋଲି ଜଣାପଡ଼ିଛି। ବିଶ୍ବରେ ସମ୍ପ୍ରତି ୮ ନିୟୁତ ବିରଳ ପ୍ରଜାତିର ପ୍ରାଣୀ ଓ ବୃକ୍ଷରାଜି ରହିଛନ୍ତି। ସେଥିମଧ୍ୟରେ ସର୍ବାଧିକ ଅତି କ୍ଷୁଦ୍ର ବା ପତଙ୍ଗ ଜାତୀୟ। ସେଗୁଡ଼ିକ ମଧ୍ୟରୁ ଅନେକ ବିଷକ୍ରିୟା, ଖାଦ୍ୟ ବା ବହୁଳତା କାରଣରୁ ବିଲୁପ୍ତାଭିମୁଖି।

Comments are closed.