ବାଇଡେନଙ୍କ ଶପଥ ଉତ୍ସବର ୧୫୦ ସୁରକ୍ଷାକର୍ମୀଙ୍କୁ କରୋନା

ୱାଶିଂଟନ: ବୁଧବାର ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ମୁତୟନ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୧୫୦ରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି। ଜଣେ ଅଧିକାରୀଙ୍କ ସୂଚନାନୁଯାୟୀ, କଡ଼ା ସତର୍କତା ସତ୍ତ୍ବେ ଏତେ ସଂଖ୍ୟକ ସୁରକ୍ଷାକର୍ମୀଙ୍କ ନମୁନା ପରୀକ୍ଷାରୁ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ସମାରୋହ ସମୟରେ ୨୫ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ଥିଲେ।

Comments are closed.