୧୫ ଦିନରେ ୫୦ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ କଂଗ୍ରେସ

0

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନବଗଠିତ ପିସିସିର ପ୍ରଥମ ବୈଠକ ରବିବାର ଭୁବନେଶ୍ବର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ଦଳୀୟ କର୍ମକର୍ତ୍ତା ଓ ରାଜ୍ୟ ପ୍ରଭାରୀ ଯୋଗ ଦେଇଥିଲେ । ନୂଆଦିଲ୍ଲୀ ଠାରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧିଙ୍କ ନିର୍ଦେଶ ଅନୁସାରେ ଦଳ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କାର୍ଯ୍ୟାକ୍ରମ ଆରମ୍ଭ କରିଛି । ଆସନ୍ତା ୧୫ ଦିନ ମଧ୍ୟରେ ୫୦ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଦଳ ପକ୍ଷରୁ ଘୋଷଣା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ବୈଠକ ଶେଷ ପରେ ଦଳର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି । ଆସନ୍ତା କାଲି ମଧ୍ୟ ଏହି ବୈଠକ ଜାରି ରହିବ ।

Leave A Reply