ପୁଣେରେ ୧୫ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ : ସନ୍ଦେହ ଘେରରେ ସାବତ ବାପା

ପୁଣେ : ମହାରାଷ୍ଟ୍ରର ପୁଣେରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସର ସନ୍ଦେହ ଘେରରେ ନବାଳିକାଙ୍କ ସାବତ ବାପା ରହିଥିବା ଜଣାପଡିଛି।
ସୂଚନା ଅନୁସାରେ, ମୃତ ନାବାଳିକା ଜଣଙ୍କ ତାଙ୍କ ଜନ୍ମ କଲା ମାଆ, ସାବତ ବାପା ଏବଂ ତାଙ୍କ ସାନ ଭଉଣୀଙ୍କ ସହ ପୁଣେ ଅଞ୍ଚଳରେ ରହୁଥିଲେ। ତାଙ୍କ ସାବତ ବାପା ପେସାରେ ଜଣେ ଅଟୋ ଚାଳକ। ଗୁରୁବାର କୌଣସି କାରଣରୁ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ସାବାତ ବାପା ଏହାର ପରିଣାମ ଭୟଙ୍କର ହେବବୋଲି ପୀଡିତାଙ୍କ ମାଆଙ୍କୁ ଧମକ ଦେଇଥିଲା। ଏହାପରେ ପୀଡିତାଙ୍କ ମାଆ ଭୟ କରି ଦୁଇ ଝିଅଙ୍କୁ ସତର୍କ ରହିବା ପାଇଁ କହିଥିଲେ। ପରେ ଗୁରୁବାର ସନ୍ଧ୍ୟାରେ ତାଙ୍କ ଘରୁ ନାବାଳିକାଙ୍କ ମୃତଦେହ ମିଳିଥିଲା। ମୃତଦେହକୁ ପୋଷ୍ଟମର୍ଟମ କଲା ପରେ ଏହାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡିଛି। ପୁଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

Comments are closed.