ଏଏମୟୁରେ କାଳ ସାଜିଛି କରୋନା; ଗଲାଣି ୧୫ ପ୍ରଫେସରଙ୍କ ଜୀବନ

ଅଲୀଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟ (ଏଏମୟୁ)ରେ କରୋନା ମହାମାରୀ କାଳ ସାଜିଛି। ଦୁଇ ସପ୍ତାହ ମଧ୍ୟରେ ବିଶ୍ଵବିଦ୍ୟାଳୟର ୧୫ ପ୍ରଫେସର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏହାକୁ ନେଇ ପୂରା ବିଶ୍ଵବିଦ୍ୟାଳୟରେ ଶୋକର ବାତାବରଣ ଖେଳିଯାଇଛି।

ଗତକାଲି ଏଏମୟୁ ଆଇନ ବିଭାଗର ଡିନ୍‌ ପ୍ରଫେସର ଡା. ମହମ୍ମଦ ଶକୀଲଙ୍କର ଜବାହରଲାଲ ନେହେରୁ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶକୀଲଙ୍କୁ ମିଶାଇ ଗତ ୧୪ ଦିନ ମଧ୍ୟରେ ୧୫ ପ୍ରଫେସର କରୋନାରେ ପ୍ରାଣ ହରାଇଲେଣି। ଏହାବ୍ୟତୀତ ଏଏମୟୁର ବର୍ତ୍ତମାନର କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ତଥ୍ୟକୁ ମିଶାଇଲେ କରୋନାର ୨ୟ ତରଙ୍ଗରେ ବିଶ୍ଵବିଦ୍ୟାଳୟରେ ମୃତ୍ୟୁ ସଂଖ୍ୟା ୪୦ ଅତିକ୍ରମ କରିଛି।

ଉଲ୍ଲେଖ ଯେ, ଦେଶର ମହାନ୍‌ ଶିକ୍ଷାବିତ ସାର୍‌ ସୈୟଦ ଅହମ୍ମଦ ଖାନ୍‌ ୧୯୭୫ରେ ମହମ୍ମଦ ଆଙ୍ଗ୍‌ଲୋ ଓରିଏଣ୍ଟାଲ କଲେଜ ପ୍ରତିଷ୍ଠା କରିଥିଲେ, ଯାହା ୧୯୨୦ରେ ଏଏମୟୁର ପରିଚୟ ପାଇଥିଲା। ୧୯୨୦ରୁ ବର୍ତ୍ତମାନ ସୁଦ୍ଧା ଏଠାରେ ଏଭଳି ଚିନ୍ତାଜନକ ପରିସ୍ଥିତି କେବେ ଉପୁଜି ନ ଥିଲା।

Comments are closed.