ବିବାହ ସମାରୋହରେ ୨୫୦ ଜଣଙ୍କୁ ନିମନ୍ତ୍ରଣ, ୧୫ କରୋନା ପଜିଟିଭ

ଜୟପୁର : ରାଜସ୍ଥାର ଭୀଲବାଡ଼ାରେ ଏକ ବିବାହ ସମାରୋହରେ ବରପକ୍ଷ ୨୫୦ଙ୍କୁ ନିମନ୍ତ୍ରଣ କରିଥିଲେ, ଯାହା ତାଙ୍କ ପାଇଁ ଏବେ ଏକ ମୁଖ୍ୟ ସମସ୍ୟା ଆଣିଛି। ସମାରୋହରେ ଯୋଗ ଦେଇ ପ୍ରାୟ ୧୫ ଜଣ ଲୋକେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ କରୋନା ପାଇଁ ବରର ଜେଜେବାପାଙ୍କର ମୃତ୍ୟୁ ହୋଇଥିବାେ ଜଣାପଡ଼ିଛି।
ବର ଓ ତା’ ପିତାଙ୍କ ସମେତ ୧୫ ଜଣ ଲୋକେ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଏହାସହ ରାଜସ୍ଥାନ ସରକାର ବରଯାତ୍ରୀରେ ଯାଇଥିବା ୧୨୭ ଲୋକଙ୍କୁ କ୍ବାରେଣ୍ଟାଇନ ସେଣ୍ଟରହକୁ ପଠାଇଛି। ଏହାସହ ପାଇଁ ଖର୍ଚ୍ଚ ପାଇଁ ବରର ପିତାକୁ ଜୋରିମାନା ସ୍ୱରୂପ ଦେବାକୁ ପଡ଼ିବ।
ରାଜସ୍ଥାନ ସରକାରଙ୍କ ଅନୁସାରେ ମହାମାରୀ ନିୟମ ଅନୁଯାୟୀ କୁହାଯାଇଛି ଯେକୌଣସି ବିବାହ ସମାରୋହରେ ୫୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇପାରିବ ନାହିଁ। ଯେଉଁମାନେ ଏହି ନିୟମ ଉଲ୍ଲଂଙ୍ଘନ କରିବେ ତାଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ କନ୍ୟା ସମେତ ଅନ୍ୟ ୧୭ ଜଣ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି।
ମାତ୍ର ସୂଚନା ଅନୁଯାୟୀ ୧୯ ତାରିଖରେ ଏହି ପରିବାର ବିବାହ ସମାରୋହ ଆୟୋଜନ କରି ୨୫୦ ଜଣଙ୍କୁ ନିମନ୍ତ୍ରଣ କରିଥିଲେ।