ଶୋଇବା ପୂର୍ବରୁ ତ୍ବଚା ପାଇଁ ଦିଅନ୍ତୁ ମାତ୍ର ୧୫ ମିନିଟ୍‌ ; ପାଇବେ ଅବିଶ୍ବସନୀୟ ଚମକ

ସଧାରଣତଃ ଏକ ସୁନ୍ଦର ତଥା ଆକର୍ଷଣୀୟ ଚେହେରା ପାଇବାକୁ ପ୍ରାୟ ସମସ୍ତଙ୍କର ଇଛା ଥାଏ। ଏଥିପାଇଁ କିଏ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି ତ ଆଉ କିଏ ବ୍ୟସ୍ତତା କାରଣରୁ ତ୍ବଚାର ସଠିକ୍ ଯତ୍ନ ନେଇପାରୁ ନାହିନ୍ତି। ହେଲେ ତ୍ବଚାର ଯାବତୀୟ ସମସ୍ୟା ଦୂର କରିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଜି ଆମେ ଆପଣଙ୍କୁ ଏକ ସରଳ ଉପାୟ ବିଷୟରେ କହିବୁ। ଯେଉଁଥିପାଇଁ ଆପଣଙ୍କୁ ବେଶୀ ସମୟ ଦରକାର ପଡ଼ିବନି କିମ୍ବା ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ-

ଆବଶ୍ୟକୀୟ ସାମଗ୍ରୀ:

ଏହି ସୌନ୍ଦର୍ଯ୍ୟ ଉପଚାର ପାଇଁ ଆପଣଙ୍କୁ କେବଳ ଅଧା ଚାମଚ ନଡ଼ିଆ ତେଲ ଏବଂ ଏକ ଚାମଚ ଘି କୁଆଁରୀ ରସ ବା ଆଲୋଭେରା ଜେଲ ଆବଶ୍ୟକ।

ବ୍ୟବହାର ପ୍ରଣାଳୀ :

ସର୍ବ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ। ସେଥିରେ ଆଲୋଭେରା ଜେଲ ଏବଂ ନଡ଼ିଆ ତେଲ ପକାଇ ଭଲ ଭାବେ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ମୁହଁ ଏବଂ ଗଳାରେ ଭଲ ଭାବେ ଲଗାନ୍ତୁ। ପ୍ରାୟ ୩ ମିନିଟ ହାଲୁକା ମାଲିସ କରନ୍ତୁ। ୧୫ ମିନିଟ ପରେ ଆପଣ ଆପଣଙ୍କ ଚେହେରାକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏହି ଜେଲର ବ୍ୟବହାର ଶୋଇବାକୁ ଯିବା ପୂର୍ବରୁ କରନ୍ତୁ। ସପ୍ତାହରେ ଅତି କମରେ ୩ ଥର ଏହାକୁ ବ୍ୟବହାର କରନ୍ତୁ। ଖୁବଶୀଘ୍ର ଫରକ ଅନୁଭବ କରିପାରିବେ।

Comments are closed.