କରୋନାରେ ମୃତ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା

କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ନ୍ୟୁଜ୍-୧୮ର ପ୍ରତିନିଧି ପ୍ରବୀର ପ୍ରଧାନଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ମଧ୍ୟ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କରୋନା ପୀଡ଼ିତ ପ୍ରବୀର ଗତ ନଭେମ୍ବର ୫ ତାରିଖରେ ମୃତ୍ୟୁବରଣ କରିଥିଲେ । ଆଇଆଇଏମସିରୁ ସାମ୍ବାଦିକତା ପାଠ୍ୟକ୍ରମ ଶେଷ ପରେ ସେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ । 

ଜଣେ କ୍ରାଇମ ରିପୋର୍ଟର ଭାବରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କିଛି ଦିନ ତରେ ତାଙ୍କର ବାପା କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଏହାପରେ ପ୍ରବୀର ନିଜେ ସଂକ୍ରମିତ ହୋଇ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ପତ୍ନୀ ଓ ଗୋଟିଏ ଛୋଟ ଝିଅ ଅଛନ୍ତି ।

Comments are closed.