ଇରାକରେ ଫସିଛନ୍ତି ୧୫ ଭାରତୀୟ

0

ନୂଆଦିଲ୍ଲୀ : ଇରାକରେ ୧୫ ଭାରତୀୟ ଫସି ରହିଛନ୍ତି। ସେମାନେ ସ୍ବଦେଶ ଫେରିବା ପାଇଁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହାୟତା ଲୋଡ଼ିଛନ୍ତି। ଏସଂକ୍ରାନ୍ତ ଏକ ଭିିଡିଓ ସେମାନେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିଛନ୍ତି। ଏଥିରେ ସେମାନଙ୍କ ସାହାଯ୍ୟ କରୁଥିବା ସାମାଜିକ କର୍ମୀ ବସନ୍ତ ରେଡ୍ଡିଙ୍କ ସୂଚନାନୁଯାୟୀ, ସମ୍ପୃକ୍ତ ଲୋକେ ତେଲଙ୍ଗାନାର ନିଜାମାବାଦ ଜିଲାବାସୀ ଓ ସେପ୍ଟେମ୍ବର ୨୦୧୮ରେ କାମଧନ୍ଦା ପାଇଁ ଜଣେ ମଧ୍ୟସ୍ଥ ନରେନ୍ଦ୍ରଙ୍କ ଜରିଆରେ ଇରାକ ଯାଇଥିଲେ। ନରେନ୍ଦ୍ରଙ୍କୁ ସେମାନେ ଜଣପିଛା ୨ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି। ଏବେ ସେମାନଙ୍କ ଭିସା ଅବଧି ଶେଷ ହୋଇଛି ଓ ଚଳିବା ପାଇଁ ଅର୍ଥ ନ ଥିବାରୁ ସହାୟତା ପାଇଁ ନିବେଦନ କରିଛନ୍ତି।

Leave A Reply