ଛେଳିକୁ ଗିଳିଲା ୧୫ଫୁଟ ଲମ୍ବର ଅଜଗର

ବେଗୁନିଆ : ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଦଲକ ଗ୍ରାମ ନିକଟରେ ଥିବା ହନୁମନ୍ତିଆ ଡ୍ୟାମ ନିକଟରେ ଗୋଟିଏ  ୧୫ଫୁଟ ଲମ୍ବର ଅଜଗର ସାପ ଏକ ଛେଳିକୁ ମୁଣ୍ଡଆଡୁ ଗିଳୁଥିବା  ଦେଖିବାକୁ ମିଳିଛି। ତେବେ ଲୋକମାନେ ତାହା ଦେଖି ଏକତ୍ରିତ ହୋଇ ଅଜଗର ଠାରୁ ମୃତ ଅବସ୍ଥାରେ ଛେଳିଟିକୁ ଉଦ୍ଧାର କରିଥିଲେ l ଗ୍ରାମର କୁସୁନି ସାହୁ ତାଙ୍କର ଛେଳି ଗୁଡିକୁ ଚରାଇବା ପାଇଁ ନିକଟସ୍ଥ ହନୁମନ୍ତିଆ ଜଙ୍ଗଲକୁ  ନେଇ ଯାଇଥିଲେ l ଛେଳିଗୁଡିକ ସେଠାରେ ଚରୁଥିବାବେଳେ ଅଜଗର ସାପଟି ସେହି ଛେଳିକୁ ନିଜ କବଜାକୁ ନେଇ ମୁଣ୍ଡଆଡୁ ଗିଳିବା ଆରମ୍ଭ କରିଥିଲା। ଲୋକମାନେ ଏହା ଦେଖି ପାଟି କରି ଡାକ ପକାଇଥିଲେ l ପରେ  ସେଠାରେ ଏକତ୍ରିତ ହୋଇ ଥିବା ଲୋକମାନେ ସାପଟିକୁ ଟେକା ପଥର ଫୋପାଡିବା ସହିତ ତାକୁ ଧରି ତାଠାରୁ ଛେଳିଟିକୁ ଉଦ୍ଧାର କରିଥିଲେ l କିନ୍ତୁ ସେତେବେଳକୁ ଛେଳିଟି ମରିଯାଇଥିଲା l ଲୋକମାନେ ସାପଟିକୁ ଜଙ୍ଗଲରେ ଛାଡିଦେଇଥିବାର ଜଣାପଡିଛି l

Comments are closed.