ପଞ୍ଜାବରେ ବିସ୍ଫୋରଣ ଘଟି ୧୫ ମୃତ; ନଗର କୀର୍ତ୍ତନ ପାଇଁ ଯାଉଥିଲେ ଶ୍ରଦ୍ଧାଳୁ

ଅମୃତସର: ପଞ୍ଜାବରେ ନଗର କୀର୍ତ୍ତନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟରରେ ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଶନିବାର ଅପରାହ୍ନରେ ତରନ୍‌ତାରନ ଅଞ୍ଚଳରେ ଏହି ଅଘଟଣ ଘଟିଛି। ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟରର ଟ୍ରଲିରେ କିଛି ବାଣ ରହିଥିଲା। ଶ୍ରଦ୍ଧାଳୁମାନେ ଯାଉଥିବା ସମୟରେ ହଠାତ୍‌ ବାଣରେ ନିଆଁ ଲାଗିଯିବାରୁ ବିସ୍ଫୋରଣ ଘଟିଥିଲା। ଫଳରେ ୧୫ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ସେଠାରେ ଆତଙ୍କର ବାତାବରଣ ଖେଳିଯାଇଛି। ଏହି ବିସ୍ଫୋରଣରେ ଅନ୍ୟ କେତେଜଣ ଆହତ ହୋଇଥିବା ସୂଚନା ମିଳିଛି।

Comments are closed.