ରାଜ୍ୟ ସଂଗ୍ରହାଳୟର କ୍ଷତି ୧୫ କୋଟି

ଭୁବନେଶ୍ୱର: ବାତ୍ୟା ‘ଫନି’ ପ୍ରଭାବରେ ରାଜ୍ୟ ସଂଗ୍ରହାଳୟର ପ୍ରାୟ ୧୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି। ସଂଗ୍ରହାଳୟ ପରିସରରେ ଥିବା ଉଦ୍ୟାନ ଓ ସୌନ୍ଦର୍ଯ୍ୟକରଣ ନଷ୍ଟ ହେବ ସହ ସଂଗ୍ରହାଳୟର ସମ୍ମିଳନୀ ପ୍ରକୋଷ୍ଠ ଓ ମୁଦ୍ରା ବିଭାଗ ଗ୍ୟାଲେରୀ ଛାତ କ୍ଷତିଗ୍ରସ୍ତ ହୋଇଛି। ସଂଗ୍ରହାଳୟରେ ଲାଗିଥିବା ୧୨୦ଟି ଏସି ମଧ୍ୟରୁ ୩୦ଟି ନଷ୍ଟ ହୋଇଯାଇଛି। ସଂଗ୍ରହାଳୟର ମରାମତି କାର୍ଯ୍ୟ ଶେଷ ନ ହେବ ଯାଏଁ ବନ୍ଦ ରହିବ ବୋଲି ଜଣାପଡିଛି।

Comments are closed.