ଭାରତକୁ ୧୫ ରାଷ୍ଟ୍ରର ସହାୟତା ଘୋଷଣା

ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା ନିମନ୍ତେ ଭାରତ ସରକାରଙ୍କୁ ବିଭିନ୍ନ ରାଷ୍ଟ୍ର ସହାୟତାର ହାତ ବଢାଇଛନ୍ତି। ପଡୋଶୀ ଚୀନ ସହିତ ଅଷ୍ଟ୍ରେଲିଆ, ଜର୍ମାନୀ, ରୁଷ୍‌, ୟୁଏଇ, ବ୍ରିଟେନ ଓ ଆମେରିକା ଭଳି ୧୫ଟି ରାଷ୍ଟ୍ର ଭାରତକୁ ଅମ୍ଳଜାନ ଓ ଅନ୍ୟାନ୍ୟ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏହିସବୁ ସହାୟତା ଆଗାମୀ ଦିନରେ ଭାରତରେ ପହଞ୍ଚିବ। ସୋମବାର ଭାରତ ବାୟୁସେନାର ସି-୧୭ ପରିବହନକାରୀ ଯୁଦ୍ଧ ବିମାନ ଦୁବାଇରୁ ୬ଟି ଅମ୍ଳଜାନ ଧାରକକୁ ଭାରତ ଆଣିଛି। ସେହିପରି ନୂଆଦିଲ୍ଲୀସ୍ଥିତ ଚୀନ ଦୂତାବାସ ଏହାର ସମସ୍ତ କମ୍ପାନୀଗୁଡିକୁ ଭାରତକୁ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ କହିଛି।

Comments are closed.