ଏନ୍‌ସିବି ନିଶାଣରେ ୧୫ ବଲିଉଡ୍‌ ବ୍ୟକ୍ତିତ୍ବ

ମୁମ୍ବଇ : ବଲିଉଡରେ ନିଶା କାରବାର ନିୟନ୍ତ୍ରଣ ନାର୍କାଟିକ୍ସ କ​‌େ​‌ଣ୍ଟ୍ରାଲ ବ୍ୟୁରୋ (ଏନ୍‌ସିବି) ପାଇଁ ବଡ଼ ଆହ୍ବାନ ହୋଇଛି। କେନ୍ଦ୍ର ସରକାର ଏହାକୁ ଅଲିଖିତ ଭାବେ ଏହି ଗୁରୁଦାୟିତ୍ବ ଦେଇଥିବାବେଳେ ନିଶାଣରେ ୧୫ରୁ ଅଧିକ ବଲିଉଡ୍‌ ବ୍ୟକ୍ତିତ୍ବ ରହିଥିବା ସୂଚନା ମିଳିଛି। ସୌଭିକ ଓ ରିୟା ଚକ୍ରବର୍ତ୍ତୀ ପ୍ରମୁଖଙ୍କ ଗିରଫ ସହିତ ବଲିଉଡ୍‌ରେ ନିଶା କାରବାରର ତୀବ୍ରତା ଅନୁଭୂତ ହୋଇଥିଲା। ଏମିତିକି ରିୟା ଏଥିରେ ସମ୍ପୃକ୍ତ ୨୧ଜଣଙ୍କ ନାମ ଏନ୍‌ସିବିକୁ ଜଣାଇଥିବା ପ୍ରକାଶ ପାଇଥିଲା। ଏମାନେ ସମସ୍ତେ ବି-ଗ୍ରେଡ୍‌ କଳାକାର ଏବଂ ନିଶାସେବନ ସହିତ କିଣାବିକାରେ ସମ୍ପୃକ୍ତ ବୋଲି ରିୟା କହିଥିବା ପ୍ରକାଶ।

ଏନ୍‌ସିବି ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଶୁକ୍ରବାର ଏନ୍‌ସିବି ଏହାର ସ୍ବତନ୍ତ୍ର ଅଦାଲତରେ କାଇଜନ ଇବ୍ରାହିମ୍‌ଙ୍କ ଜାମିନ ରଦ୍ଦ ପାଇଁ ଆବେଦନ କରିଛି। ସେ ପ୍ରଚ୍ଛଦ ପଟରେ ରହି ଏକାଧିକ ବଲିଉଡ୍‌ ବ୍ୟକ୍ତିତ୍ବଙ୍କୁ ନିଶା ଦ୍ରବ୍ୟ ଯୋଗାଇଥାଏ ବୋଲି ଏନ୍‌ସିବି ଦର୍ଶାଇଛି। ଏତଦ୍‌ବ୍ୟତୀତ ରିୟାଙ୍କୁ ଅନ୍ୟ ସାମଗ୍ରୀ ସହିତ ନିଶା ଦ୍ରବ୍ୟ ଯୋଗାଉଥିବା କୋରିଅର କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି। ସେ ଏପ୍ରିଲ ମାସ ପୂର୍ବରୁ ନିୟମିତ ନିଶା ଦ୍ରବ୍ୟ ଓ ଅନ୍ୟ ସାମଗ୍ରୀ ଥିବା ପ୍ୟାକେଟ ରିୟାଙ୍କ ବାସଭବନରେ ପହଞ୍ଚାଉଥିଲା।

Comments are closed.