ସ୍ବାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସ୍ବାଧୀନତା ଦିବସକୁ ନେଇ ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଚଳିତ ବର୍ଷ ସ୍ବାଧୀନତା ଦିବସ ଉତ୍ସବରେ ଛାତ୍ରଛାତ୍ରୀ ମାନେ ସାମିଲ ହୋଇପାରିବେ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ସ୍ବାଧୀନତା ଦିବସ ଉତ୍ସବରେ ପିଲାମାନେ ସାମିଲ ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ତାହାସହ ସେ କହିଛନ୍ତି କି, ସ୍ବାଧୀନତା ଦିବସ ଉତ୍ସବରେ ପିଲାମାନଙ୍କ ଉପସ୍ଥିତ ରହିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଥାଉକି ଗତକାଲି ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀ ମାନେ ସ୍ବାଧୀନତା ଦିବସ ଉତ୍ସବରେ ସାମିଲ ହୋଇପାରିବେ ନାହିଁ ବୋଲି କୁହାଯାଇଥିଲା । ଚଳିତ ବର୍ଷ ବିନା ଛାତ୍ରଛାତ୍ରୀରେ ସ୍କୁଲରେ ସ୍ବାଧୀନତା ଦିବସ ପାଳନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜେ ସୂଚନା ଦେଇଥିଲେ । ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ପାଳନ ଅବସରରେ ସ୍କୁଲରେ କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ ସ୍କୁଲରେ ସ୍ବାଧୀନତା ଦିବସ ପାଳିତ ହେବ ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ ।

Comments are closed.