କିଶୋରଙ୍କ ଟିକାକରଣ ଟପିଲା ୬.୨୩ଲକ୍ଷ

ଭୁବନେଶ୍ବର : ରାଜ୍ୟରେ ଚଳିତମାସ ୩ରୁ ୧୫ରୁ ୧୮ବର୍ଷର କିଶୋରମାନଙ୍କ ପାଇଁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ଏବେସୁଦ୍ଧା ସଂଖ୍ୟା ୬ଲକ୍ଷ ୨୩ହଜାର ଟପିଛି। ଆଜି ରବିବାର ସତ୍ତ୍ବେ ୨୬୭୬ଟି କେନ୍ଦ୍ରରେ ଟିକାକରଣ କରାଯାଇଥିଲା। ଏଥିରେ ୨ଲକ୍ଷ ୩୨ହଜାର ୮୩୬ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୫କୋଟି ୨୫ଲକ୍ଷ ୩୫ହଜାର ୨୮୨ରେ ପହଞ୍ଚିଛି। ଆଜି ୭୦ହଜାର ୭୮୦ କିଶୋର ଟିକା ନେବା ପରେ ସେମାନଙ୍କ ସଂଖ୍ୟା ୬ଲକ୍ଷ ୨୩ହଜାର ୯୩କୁ ଛୁଇଁଛି। ଏହାବାଦ୍ ୭୯ଜଣ ସ୍ବାସ୍ଥ୍ୟକର୍ମୀ ଓ ୭୮ଜଣ କରୋନା ଯୋଦ୍ଧା ଦ୍ବିତୀୟପାନ ଟିକା ନେଇଥିବାବେଳେ ୧୮ରୁ ୪୪ବର୍ଷୀୟ ୪୧ହଜାର ୯୨୩ ଯୁବବର୍ଗଙ୍କୁ ପ୍ରଥମ ପାନ, ୭୦ହଜାର ୭୧୫ଙ୍କୁ ଦ୍ବିତୀୟପାନ, ୭ହଜାର ୯୫୦ ବରିଷ୍ଠଙ୍କୁ ପ୍ରଥମ ପାନ ଏବଂ ୪୧ହଜାର ୩୧୧ଜଣଙ୍କୁ ଦ୍ବିତୀୟ ପାନ ଟିକା ଦିଆଯାଇଛି। ଆଜି ୧୫୯୧ ଗର୍ଭବତୀଙ୍କୁ ଟିକାକରଣ ପରେ ସେମାନଙ୍କ ସଂଖ୍ୟା ୪ଲକ୍ଷ ୪୮ହଜାର ୫୩୭କୁ ଛୁଇଁଥିବା ଜଣାପଡ଼ିଛି।

Comments are closed.