ଲୋକସେବା ଭବନରେ କରୋନା ସତର୍କତା: ସାଧାରଣ ପ୍ରବେଶ ବନ୍ଦ,ଥଣ୍ଡା ଜ୍ବର ହେଲେ କର୍ମଚାରୀଙ୍କୁ ୧୪ ଦିନ ଛୁଟି

ଭୁବନେଶ୍ବର : କରୋନା ଭାଇରସ ପାଇଁ ସତର୍କତା ମୂଳକଭାବେ ରାଜ୍ୟ ସରକାର ଲୋକସେବା ଭବନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ରୋକ୍ ଲାଗାଇଛନ୍ତି। ଲୋକସେବା ଭବନକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ପାଇଁ ଆବଶ୍ୟକ ପଡୁଥିବା ପାସ୍ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି। ଏଥିସହିତ ଲୋକସେବା ଭବନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ସତର୍କତା ମୂଳକ ଭାବେ କଟକଣା ଜାରି କରାଯାଇଛି। ଯଦି କୌଣସି କର୍ମଚାରୀ ଥଣ୍ଡା ,ଜ୍ବର ଅନୁଭବ କରୁଛନ୍ତି ସେମାନେ ଯଥାଶିଘ୍ର ସୂଚନା ଦିଅନ୍ତୁ ଏବଂ ଛୁଟିରେ ଯାଆନ୍ତୁ। ଥଣ୍ଡା, ଜ୍ଵର ଅନୁଭବ କରୁଥିଲେ କର୍ମଚାରୀଙ୍କୁ ୧୪ଦିନ ପାଇଁ ହୋମ ଆଇସୋଲେସନରେ ରହିବାକୁ ହେବ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ସୂଚନା ଦେଇଛନ୍ତି। ଲୋକସେବା ଭବନର କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

Comments are closed.