ଦେଶରେ ୧୪,୬୨୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪,୬୨୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୧୯,୪୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୩୪,୭୮,୨୪୭ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ୧,୭୮,୦୯୮ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି, ଯାହା ୨୨୯ ଦିନ ମଧ୍ୟରେ ସର୍ବନିମ୍ନ । ଦୈନିକ ସଂକ୍ରମଣ ସଂଖ୍ୟା ସଂପ୍ରତି ୧.୧୦% ଏବଂ ସାପ୍ତାହିକ ସଂକ୍ରମଣ ୧.୩୪% ରହିଛି । ସେହିଭଳି ଆରୋଗ୍ୟ ହାର ୯୮.୧୫% ରହିଥିବା ଜଣାଯାଇଛି । ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୫୯.୪୪ କୋଟି ନମୁନା ପରୀକ୍ଷା କରାଯାଇଛି । ସେହି ସମୟ ମଧ୍ୟରେ ମୋଟ ୯୯.୧୨ କୋଟି ପାନ ଟିକା ଦିଆଯାଇଛି ।

Comments are closed.