ସାଧରଣତଃ ଏକ ସୁନ୍ଦର ଓ ଆକର୍ଷଣୀୟ ତ୍ବଚା ପାଇବାକୁ ସମସ୍ତେ ଚାହାନ୍ତି। ଖାସ୍‌ କରି ମହିଳାମାନେ ନିଜ ତ୍ବଚାକୁ ନେଇ ଅଧିକ ସଚେତନ। ନିଜ ଦୈନନ୍ଦିନ ଜୀବନରେ ମଧ୍ୟ ମହିଳାମାନେ ନିଜ ତ୍ୱଚା ପାଇଁ କିଛି ସମୟ ଦେଇଥାଆନ୍ତି ଓ ତ୍ବଚାର ଯତ୍ନ ନେଇଥାଆନ୍ତି। ସମସ୍ତେ ପ୍ରାୟ ଫେସ୍‌ପ୍ୟାକ୍‌ ବ୍ୟବହାର କରିବା କିମ୍ବା ଫେସିଆଲ ଆଦି କରୁଥିବା ବେଳେ ତ୍ବଚା ପାଇଁ ଷ୍ଟିମିଙ୍ଗ୍‌ ବା ବାମ୍ଫର ଆବଶ୍ୟକତା ବିଷୟରେ ହୁଏତ ଖୁବ କମ୍ ଲୋକ ଜାଣନ୍ତି। ବାମ୍ଫ ତ୍ବଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରି ତ୍ବଚାକୁ ଉଜ୍ଜ୍ଵଳ ତଥା ଚମକପ୍ରଦ କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ନିୟମିତ ବ୍ୟବଧାନରେ ତ୍ବଚାକୁ ବାମ୍ଫ ଦେଲେ କଣ ଲାଭ ମିଳେ ଓ ବାମ୍ଫ ନେବାର ଉପାୟ ବିଷୟରେ-

ଜାଣନ୍ତୁ କେମିତି କରିବେ ଷ୍ଟିମିଙ୍ଗ୍‌:

ଏମିତିରେ ତ ବଜାରରେ ବିଭିନ୍ନ ପ୍ରକାରର ଷ୍ଟିମର ଉପଲବ୍ଧ ହେଉଛି। ଯେଉଁ ସବୁର ବ୍ୟବହାର କରି ଆପଣ ଅତି ସହଜରେ ନିଜ ଚେହେରାକୁ ବାମ୍ଫ ଦେଇ ପାରିବେ। କିନ୍ତୁ ଘରେ ମଧ୍ୟ ଆପଣ ସହଜରେ ବାମ୍ଫ ନେଇପାରିବେ। ଏକ ପାତ୍ରରେ ଗରମ ପାଣି ନିଅନ୍ତୁ।  ଗରମ ପାଣି ଥିବା ପାତ୍ର ଉପରେ ମୁହଁ ଦେଖାଇ ଏକ ବଡ ଟାୱେଲରେ ମୁହଁଙ ନେଇ  ସେହି ପାଣିରେ ବୁଡ଼ାଇ ଚିପୁଡ଼ି ନିଜ ମୁହଁରେ ଘୋଡାଇ କିଛି ସମୟ ରଖନ୍ତୁ । ପାଣିରୁ ବାହାରୁଥିବା ବାମ୍ଫ ଆପଣଙ୍କ ତ୍ୱଚାରେ ପଶି ତ୍ୱଚା ଭିତରୁ ଧୂଳି ମଳି ସବୁକୁ ବାହାର କରିଦେବ । ଏମିତି ୫ ରୁ ୧୦ ମିନିଟ ପାଇଁ କରନ୍ତୁ ।
– କଣ ହୋଇଥାଏ ଲାଭ ?
ନିୟମିତ ଭାବେ ଏହି ପରି ବାମ୍ଫ ନେବା ଦ୍ୱାରା ଚେହେରାରୁ ବ୍ଲାକ ହେଡ଼ସ, ହ୍ୱାଇଟ ହେଡ଼ ଦୂର ହେବା ସହ ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ସହ ବୟସାଧିକ ଚିହ୍ନ ବି ଦୂର ହୋଇଥାଏ ।
ସପ୍ତାହକୁ ଅତି କମରେ ଦୁଇ ଥର ଦିଅନ୍ତୁ ଷ୍ଟିମିଙ୍ଗ, ନିଜେ ଅନୁଭବ କରନ୍ତୁ ଫରକ

– ସ୍କିନ ତେଲିଆ ହେଲେ ସ୍କିନ ଉପରେ ଧୂଳି, ମାଟି, ଅପରିଷ୍କାର ପଦାର୍ଥ ଜମିଯାଇଥାଏ । ଏମିତିରେ ତ୍ୱଚା ନିଜ ଚମକ ହରାଇବସେ । ଏସମସ୍ୟାକୁ ଦୂର କରିବା ପାଇଁ ଷ୍ଟିମିଙ୍ଗ ହେଉଛି ସର୍ବୋ ତମ ଉପାୟ । ଏହା ସାହାଯ୍ୟରେ ତ୍ୱଚା ଭିତରୁ ସଫା ହେବା ସହ ଉଜ୍ଜ୍ୱଳ ଦିଶିଥାଏ । ସଫା ହେଲେ ସ୍କିନ ମଧ୍ୟ ଭଲ ଭାବେ ନିଶ୍ୱାସ ନେଇପାରିଥାଏ ।

Comments are closed.