୧.୪୪ ଲକ୍ଷ କୋଟି ଅତିକ୍ରମ କଲା ଜିଏସ୍‌ଟି ସଂଗ୍ରହ

ପଂଚମ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୪୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି

ନୂଆଦିଲ୍ଲୀ : ଜୁନ୍ ମାସରେ ସମୁଦାୟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ୧,୪୪,୬୧୬ କୋଟି ଟଙ୍କା ହୋଇଛି । ଯେଉଁଥିରେ ସିଜିଏସ୍‌ଟିର ପରିମାଣ ୨୫,୩୦୬ କୋଟି ଟଙ୍କା , ଏସ୍‌ଜିଏସ୍‌ଟିର ପରିମାଣ ୩୨,୪୦୬ କୋଟି ଟଙ୍କା, ଆଇଜିଏସ୍‌ଟିର ପରିମାଣ ୭୫,୮୮୭ କୋଟି ଟଙ୍କା (ମାଲ୍ ଆମଦାନୀ ଊପରେ ସଂଗୃହୀତ ୪୦,୧୦୨ କୋଟି ଟଙ୍କା ସମେତ) ଏବଂ ସେସ୍ (ମାଲ୍ ଆମଦାନୀ ଉପରେ ସଂଗୃହୀତ ୧୧୯୭ କୋଟି ଟଙ୍କା ସହିତ) ୧୧,୦୧୮ ଟଙ୍କା ରହିଛି । ଜୁନ୍ ରେ ସମୁଦାୟ ଜିଏସ୍‌ଟି ସଂଗ୍ରହ ଏପ୍ରିଲ୍ ର ୧,୬୭,୫୪୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ପରେ ଦ୍ୱିତୀୟ ସର୍ବାଧିକ ଜିଏସ୍‌ଟି ସଂଗ୍ରହ ।

ସରକାର ଆଇଜିଏସ୍‌ଟିରୁ ୨୯,୫୮୮ କୋଟି ଟଙ୍କା ସିଜିଏସ୍‌ଟି ବାବଦକୁ ଏବଂ ୨୪,୨୩୫ କୋଟି ଟଙ୍କା ଏସ୍‌ଜିଏସ୍‌ଟି ବାବଦକୁ ବନ୍ଦୋବସ୍ତ କରିଛନ୍ତି । ଏହା ସହିତ, କେନ୍ଦ୍ର ସରକାର ମଧ୍ୟ ଅସ୍ଥାୟୀ ଭିତିରେ ୫୦:୫୦ ଅନୁପାତରେ ଆଇଜିଏସ୍‌ଟିର ୨୭,୦୦୦ କୋଟି ଟଙ୍କାକୁ କେନ୍ଦ୍ର  ଏବଂ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ମାନଙ୍କ ମଧ୍ୟରେ ବଂଟନର ବନ୍ଦୋବସ୍ତ କରିଛନ୍ତି । ନିୟମିତ ଏବଂ ଅସ୍ଥାୟୀ ବନ୍ଦୋବସ୍ତ ପରେ ଜୁନ୍ ୨୦୨୨ରେ କେନ୍ଦ୍ର ଏବଂ ରାଜ୍ୟ ଗୁଡିକର ସମୁଦାୟ ରାଜସ୍ୱ ସିଜିଏସ୍‌ଟି ନିମନ୍ତେ ୬୮,୩୯୪ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ନିମନ୍ତେ ୭୦,୧୪୧ କୋଟି ଟଙ୍କା ରହିଛି ।

ଜୁନ୍ ରେ ସଂଗୃହୀତ ରାଜସ୍ୱ ହେଉଛି ଗତ ବର୍ଷର ଏହି ମାସରେ ଆଦାୟ ହୋଇଥିବା ଜିଏସ୍‌ଟିର ପରିମାଣ ୯୨,୮୦୦ କୋଟି ଟଙ୍କା ତୁଳନାରେ ୫୬% ଅଧିକ । ଏହି ମାସରେ, ଆମଦାନୀରୁ ସଂଗୃହୀତ ରାଜସ୍ୱ ୫୫% ଅଧିକ ରହିଥିଲା ଏବଂ ଘରୋଇ ଦେଣନେଣ (ସେବା ଆମଦାନୀ ସହିତ) ରାଜସ୍ୱ ଗତ ବର୍ଷର ଏହି ମାସରେ ଏହି ସ୍ରୋତ ଗୁଡିକରୁ ସଂଗୃହୀତ ରାଜସ୍ୱ ତୁଳନାରେ ୫୬% ଅଧିକ।

ଜିଏସ୍‌ଟି ଲାଗୁ ହେବା ପରେ ପଞ୍ଚମ ଥର ପାଇଁ ଏହା ହୋଇଛି, ଯେତେବେଳେ ମାସିକ ଜିଏସ୍‌ଟି ସଂଗ୍ରହ ୧.୪୦ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି ଏବଂ  ଚଳିତ ବର୍ଷ ​ ମ‌ାର୍ଚ୍ଚ  ପର ଠାରୁ ଏହା ହେଉଛି ଚତୁର୍ଥ ମାସ । ସେହିପରି ଜୁନ୍ ରେ ଜିଏସ୍‌ଟି ସଂଗ୍ରହ ଦ୍ୱିତୀୟ ସର୍ବାଧିକ ହେବା ସହିତ, ଏହା ଅତୀତରେ ଦେଖିବାକୁ ମିଳୁଥିବା ସବୁଠାରୁ କମ୍ ସଂଗୃହୀତ ମାସ ହେବାର ଧାରାକୁ ଭାଙ୍ଗି ଦେଇଛି । ମେ’ ରେ ସମୁଦାୟ ଇ – ୱେ ବିଲ୍ ଗୁଡିକର ସଂଖ୍ୟା ୭.୩ କୋଟି ଥିଲା, ଯାହା ଏପ୍ରିଲ୍ ରେ ଉତ୍ପନ୍ନ ହୋଇଥିବା ୭.୪ କୋଟି ଇ – ୱେ ବିଲ୍ ତୁଳନାରେ ୨% କମ୍ ଅଟେ ।

ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ନିମନ୍ତେ ମାସିକ ହାରାହାରି ସମୁଦାୟ ଜିଏସ୍‌ଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି, ଯାହା ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ସଂଗୃହୀତ ୧.୧୦ ଲକ୍ଷ କୋଟି ଟଙ୍କାର ମାସିକ ସଂଗ୍ରହ ତୁଳନାରେ ୩୭% ବୃଦ୍ଧିକୁ ଦର୍ଶାଇଥାଏ । ବିତୀୟ ସଂସ୍କାର ସହିତ ଚୋରିକୁ ରୋକିବା ନିମନ୍ତେ କାର୍ଯ୍ୟକଳାପ, ବିଶେଷ ରୂପରେ ନକଲି ବିଲର୍ସ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଜିଏସ୍‌ଟିକୁ ବୃଦ୍ଧି କରିବା କ୍ଷେତ୍ରରେ ଯୋଗଦାନ ଦେଇଛି । ଏହି ମାସରେ ସମୁଦାୟ ସେସ୍ ସଂଗ୍ରହ ଜିଏସ୍‌ଟି ଲାଗୁ ହେବା ପରେ ହେଉଛି ସର୍ବାଧିକ ।

 

Comments are closed.