ନୂଆବର୍ଷରେ ପର୍ଯ୍ୟଟକଙ୍କୁ ନିରାଶ କରିବ ପ୍ରଶାସନର ୧୪୪ ଧାରା କଟକଣା

ମା ଭଟ୍ଟାରିକା,ମହାକାଳୀ ଏବଂ ବାବା ସିଂହନାଥ ଦେବଙ୍କ ପୀଠକୁ ସର୍ବସାଧାରଣ ପ୍ରବେଶ ନିଷେଧ

ବଡ଼ମ୍ବା  : ବର୍ଷର ଶେଷଦିନ ଏବଂ ନୂଆବର୍ଷର ପ୍ରଥମ ଦୁଇଦିନ ବଡ଼ମ୍ବାକୁ ଆସିବାକୁଥିବା ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡ଼ିବ । କାରଣ ସ୍ଥାନୀୟ ଅଞ୍ଚଳର ପ୍ରମୁଖ ୩ଟି ପର୍ଯ୍ୟଟନସ୍ଥଲୀରେ ଏହି ସମୟରେ ପ୍ରଶାସନ ତରଫରୁ ୧୪୪ଜାରି କରାଯିବା ସହ ସର୍ବସାଧାରଣ ପ୍ରବେଶ ନିଷେଧ କରାଯାଇଛି । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପ୍ରକାଶ।

ବିଶେଷକରି ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ଶଶାଙ୍ଗ ବାସିନୀ ମା ଭଟ୍ଟାରିକା, ଗୋପୀନାଥପୁରସ୍ଥିତ ବାବା ସିଂହନାଥ ଦେବ ଏବଂ ଖାରୋଡ଼ ବାସିନୀ ମା ମହାକାଳୀଙ୍କ ପୀଠରେ ପର୍ଯ୍ୟଟକଙ୍କ ଭିଡ଼ହେବା ସମ୍ଭାବନା ଥିବାରୁ ସତର୍କତା ସ୍ୱରୂପ ଏଭଳି କଟକଣା କରାଯାଇଥିବା ଜଣାଯାଇଛି । ଡିସେମ୍ବର ୩୧ ସକାଳ ୬ ଘଟିକା ଠାରୁ ଜାନୁୟାରୀ ୨ ତାରିଖ ରାତ୍ର ୧୦ଟା ପର୍ଯ୍ୟନ୍ତ ଏହି ପ୍ରମୁଖ ପୀଠରେ ୧୪୪ଧାରା ଜାରି କରାଯାଇଥିବା ବେଳେ ଏହି ସମୟରେ ମନ୍ଦିର ସେବାୟତଙ୍କ ବ୍ୟତିରକେ ଅନ୍ୟକାହାକୁ ପୀଠରେ ପ୍ରବେଶ କରିବାକୁ ଅନୁମତି ଦିଆଯିବନି ବୋଲି ସ୍ଥାନୀୟ ତହସିଲଦାର ତପନକୁମାର ପରିଡ଼ା ଗୁରୁବାର ଜାରି କରିଥିବା ନିର୍ଦେଶନାମାରେ ଦର୍ଶାଇଛନ୍ତି।

Comments are closed.