ରାଜ୍ୟରେ ୩୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଆଉ ୧୪୩୪ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରୁ ଆଜି ଆଉ ୧୪୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଶନିବାର ଚିହ୍ନଟ ୧୪୩୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ୯୧୩ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ରବିବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୯ଜଣ, ବାଲେଶ୍ୱରଜିଲାରୁ ୧୨ଜଣ, ବରଗଡ଼ ଜିଲାରୁ ୫ଜଣ, ଭଦ୍ରକ ଜିଲାରୁ ୨୫ଜଣ, ବୌଦ୍ଧ ଜିଲାରୁ ୫ଜଣ, କଟକଜିଲାରୁ ୧୨୩ଜଣ, ଦେଓଗଡ଼ ଜିଲାରୁ ୨ଜଣ, ଢେଙ୍କାନାଳ ଜିଲାରୁ ୧୩ଜଣ, ଗଜପତି ଜିଲାରୁ ୯୧ଜଣ, ଗଞ୍ଜାମ ଜିଲାରୁ ୩୨୦ ଜଣ, ଜଗତସିଂହପୁରଜିଲାରୁ ୧୩ଜଣ, ଯାଜପୁର ଜିଲାରୁ ୫୭ଜଣ, ଝାରସୁଗୁଡ଼ା ଜିଲାରୁ ୬ଜଣ, କଳାହାଣ୍ଡି ଜିଲାରୁ ୧୮ଜଣ, କନ୍ଧମାଳ ଜିଲାରୁ ୪୪ଜଣ, କେନ୍ଦ୍ରାପଡ଼ା ଜିଲାରୁ୨୨ଜଣ, କେନ୍ଦୁଝର ଜିଲାରୁ ୨ଜଣ, ଖୋର୍ଦ୍ଧା ଜିଲାରୁ୨୧୮ଜଣ, କୋରାପୁଟ ଜିଲାରୁ ୧୨ଜଣ, ମାଲକାନଗିରି ଜିଲାରୁ ୨୪ଜଣ, ମୟୁରଭଞ୍ଜ ଜିଲାରୁ ଜଣେ, ନବରଙ୍ଗପୁରଜିଲାରୁ ୨ଜଣ, ନୟାଗଡ଼ ଜିଲାରୁ ୮ଜଣ, ନୂଆପଡ଼ା ଜିଲାରୁ ୭ଜଣ, ପୁରୀ ଜିଲାରୁ ୬୫ଜଣ, ରାୟଗଡ଼ା ଜିଲାରୁ  ୧୯୭ଜଣ, ସମ୍ବଲପୁର ଜିଲାରୁ  ୫୧ଜଣ, ସୋନପୁର ଜିଲାରୁ ୬ଜଣ, ସୁନ୍ଦରଗଡ଼଼ ଜିଲାରୁ ୭୬ଜଣ ରହିଛନ୍ତି ।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୫ ଲକ୍ଷ ୪୩ ହଜାର ୩୧୬ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୩୪ ହଜାର ୯୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୧ ହଜାର ୨୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୭ ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ  ହୋଇଛି ଏବଂ ୩୭ ଜଣ ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ହଜାର ୪୦୪ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Comments are closed.