ଦେଶରେ ଖସୁଛି ସଂକ୍ରମଣ; ଦିନକରେ ୧୪,୩୧୩ ନୂଆ ସଂକ୍ରମିତ ଚିହ୍ନଟ, ୧୮୧ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏଥିସହିତ କୋଭିଡର ତୃତୀୟ ଲହର ବ୍ୟାପିବା ଆଶଙ୍କା କ୍ରମଶଃ ଦୂର ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୩୧୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକ ମଧ୍ୟରେ ୨୬,୫୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ ଦେଶରେ ମୋଟ ୩,୩୯,୮୫,୯୨୦ ଜଣ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩,୩୩,୨୦,୦୫୭ ଜଣ ସୁସ୍ଥ ହେଲେଣି । ସଂପ୍ରତି ଦେଶରେ ୨,୧୪,୯୦୦ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୦,୯୬୩କୁ ବୃଦ୍ଧିପାଇଛି । ସୋମବାର ସଂଧ୍ୟା ସୁଦ୍ଧା ମୋଟ ୯୫,୮୯,୭୮,୦୪୯ ପାନ ଟିକାକରଣ କରାଯାଇସାରିଛି । କେବଳ ସୋମବାର ଗୋଟିଏ ଦିନରେ ୬୫,୮୬,୦୯୨ ପାନ କୋଭିଡ ଟିକା ଦିଆଯାଇଛି ।

Comments
Loading...