ଦେଶରେ ୧୪,୩୧୩ ନୂଆ କରୋନା ରୋଗୀ ଚିହ୍ନଟ; ୫୪୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଶୁକ୍ରବାର ସଂଧ୍ୟା ସୁଦ୍ଧା ଦିନକ ମଧ୍ୟରେ ୧୪,୩୧୩ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକ ମଧ୍ୟରେ ୧୩,୫୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୩,୩୬,୪୧,୧୭୫ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ଦେଶରେ ୧,୬୧,୫୫୫ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଦୈନିକ ସଂକ୍ରମଣ ହାର ୧.୨୨% ଓ ସାପ୍ତାହିକ ହାର ୧.୧୮% ଏବଂ ଆରୋଗ୍ୟ ହାର ୯୮.୧୯% ରହିଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୬୦.୭୦ କୋଟି ନମୁନା ପରୀକ୍ଷା କରାଯାଇଛି । ସେହି ସମୟ ମଧ୍ୟରେ ୧୦୫.୪୩ କୋଟି ପାନ ଟିକା ଦିଆଯାଇଛି । ଦିନକ ମଧ୍ୟରେ ଦେଶରେ ୫୪୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୭,୭୪୦କୁ ବୃଦ୍ଧିପାଇଛି ।

Comments are closed.