ଆଉ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୩୮୬୩କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ସୋମବାର ଆଉ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୮୬୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଗଜପତି ଜିଲ୍ଲାରୁ ସର୍ବାଧିକ ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ,ମାଲକାନଗିରି ଓ ପୁରୀରୁ ୧୫ଜଣ ଲେଖାଏଁ, ବଲାଙ୍ଗୀରରୁ ୧୨ ଓ କଟକରୁ ୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ ଖୋର୍ଦ୍ଧାରୁ ୯ଜଣ, ମୟୂରଭଞ୍ଜରୁ ୮, ଏବଂ କେନ୍ଦ୍ରାପଡାରୁ ୬ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ବା​ଲେଶ୍ବର, ଢେଙ୍କାନାଳ ଏବଂ ସମ୍ବଲପୁରରୁ ୫ ଜଣ ଲେଖାଏଁ, ଭଦ୍ରକ, ବୌଦ୍ଧ, ଜଗତସିଂହପୁର, ଯାଜପୁର, ଏବଂ କଳାହାଣ୍ଡିରୁ ୩ ଜଣ ଲେଖାଏଁ, କନ୍ଧମାଳ ଓ କେନ୍ଦୁଝରରୁ  ୨ ଜଣ ଲେଖାଏଁ ଏବଂ ସୁନ୍ଦରଗଡରୁ ଜଣେ ସୁସ୍ଥ ହୋଇଛନ୍ତି।

ଆଜି ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମାନ ସଂଖ୍ୟକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩କୁ ବୃଦ୍ଧି ପାଇଛି। ମୋଟ୍ ୩୮୬୩ ଆରୋଗ୍ୟ ଲାଭ କରିଛନ୍ତି। ମୃତ୍ୟୁ ସଂଖ୍ୟା ୧୫ ହୋଇଥିବା​ବେଳେ ୧୪୧୯ ସକ୍ରିୟ କରୋନା ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.