ରାଜ୍ୟରେ ଚିହ୍ନଟ ହେଲେ ୧୪୧ ନୂଆ କରୋନା ଆକ୍ରାନ୍ତ; ସୁସ୍ଥ ହେଲେ ୧୭୨

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୧୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୧୭୨ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୮୪ ଓ ସଂଗରୋଧରୁ ୫୭ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୧୯ ଜଣ ଅଛନ୍ତି। ଅନୁଗୁଳରୁ ୨, ବାଲେଶ୍ୱର ୧, ବଲାଙ୍ଗିର ୧, କଟକ ୧୨, ଦେବଗଡ ୯, ଢେଙ୍କାନାଳ ୩, ଗଞ୍ଜାମ ୩, ଜଗତସିଂହପୁରରୁ ୪ ଚିହ୍ନଟ ହୋଇଛନ୍ତି। ଯାଜପୁରରୁ ୪, ଝାରସୁଗୁଡା ୨, କେନ୍ଦ୍ରାପଡା ୧୦, କେନ୍ଦୁଝର ୧, ଖୋର୍ଦ୍ଧା ୫୮, ମୟୁରଭଞ୍ଜ ୩, ନୟାଗଡ ୧, ନୂଆପଡା ୩, ପୁରୀ ୧, ସମ୍ବଲପୁର ୪, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୧୧ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ୧୦୪୩୩୯୧ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୧୭୫୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Comments are closed.