ଟ୍ରଲର ବୁଡ଼ି ୧୪ ମତ୍ସ୍ୟଜୀବୀ ନିଖୋଜ

ମାଙ୍ଗାଲୋର: କର୍ଣ୍ଣାଟକର ମାଙ୍ଗାଲୋର ବନ୍ଦର ନିକଟ ସମୁଦ୍ରରେ ଟ୍ରଲର ବୁଡ଼ି ୧୪ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଏହା ପରେ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ସମୁଦ୍ରରେ ସର୍ଚ୍ଚ ଅପରେଶନ ଜାରି ରହିଛି। ମଙ୍ଗଳବାର ଏ ନେଇ ଆଇସିଜି ପକ୍ଷରୁ ସୂଚନା ଦିଆଯାଇଛି।

ତଟରକ୍ଷୀ ବାହିନୀ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସର୍ଚ୍ଚ ଅପରେଶନରେ ୩ଟି ଜାହଜ ଏବଂ ହେଲିକପ୍ଟର ମୁତୟନ ହୋଇଛନ୍ତି। ପଶ୍ଚିମ ନ୍ୟୁ ମାଙ୍ଗାଲୋରଠାରୁ ୪୩ ନଟିକାଲ ମାଇଲ୍‌ ଦୂରରେ ଏହି ଅଘଟଣ ଘଟିଛି। ଟ୍ରଲର ୨ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଖୋଜିବା ଲାଗି ଅପରେଶନ ଜାରି ରହିଥିବା ଅଧିକାରୀମାନେ କହିଛନ୍ତି।

Comments are closed.