ବାହା ହେବାକୁ ଆସିଲେ ୧୪ ଦିନ ସଙ୍ଗରୋଧ ବାଧ୍ୟତାମୂଳକ

୧୪ ଜିଲା ପାଇଁ କଟକଣା ଜାରି କଲେ ରାଉରକେଲା ଅତିରିକ୍ତ ଜିଲାପାଳ

ରାଉରକେଲାକୁ ବାହା ହେବାକୁ ଆସିଲେ ବରକୁ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ । ଏହାପରେ ଯାଇ ବାହାଘର ହେବ । ୧୪ ଜିଲା ପାଇଁ ଲାଗୁ ହୋଇଛି ଏହି ନିର୍ଦେଶନାମା ।

ରାଜ୍ୟରେ କରୋନା ସଂକ୍ରମଣ ଓ ୧୪ ଜିଲାରେ ସ୍ଥିତିକୁ ଦେଖି ଏହି ନିର୍ଦେଶ ଜାରି ହୋଇଥିବା ଅତିରିକ୍ତ ଜିଲାପାଳ କହିଛନ୍ତି । ଏହି ଜିଲାଗୁଡ଼ିକ ହେଲା ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡ଼ା ଓ ମୟୂରଭଞ୍ଜ । ଏହି ଜିଲାରୁ ଯଦି କୌଣସି ବ୍ୟକ୍ତି ରାଉରକେଲାକୁ ବିବାହ କରିବାକୁ ଆସିବେ ସେମାନଙ୍କୁ ୧୪ ଦିନ ସରକାରୀ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ । ଏହାବ୍ୟତୀତ ଯଦି ରାଉରକେଲାରୁ କୌଣସି ବ୍ୟକ୍ତି ସହର ବାହାରକୁ ଏହି ଜିଲାଗୁଡ଼ିକୁ ୫ ଘଣ୍ଟା ପାଇଁ ବି ଯାଆନ୍ତି ତେବେ ସେମାନଙ୍କ ପାଇଁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ । ସେହିପରି ବାହାର ଜିଲ୍ଲାରୁ ୭୨ ଘଣ୍ଟା ପାଇଁ ରାଉରକେଲା ଆସିଲେ କ୍ୱାରେଣ୍ଟାଇନ୍ ଅନାବଶ୍ୟକ। ଏହାଠାରୁ ଅଧିକ ସମୟ ରହିଲେ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ହେବ ବୋଲି ନିର୍ଦେଶ ଦିଆଯାଇଛି ।

Comments are closed.