୧୮ ବିଦେଶ ଫେରନ୍ତା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ହାଇଦରାବାଦରେ ୧୩ଜଣ ବିଦେଶ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି। ଡିସେମ୍ବର ୧ ତାରିଖ ଠାରୁ ସହରକୁ ମୋଟ ୯୬୦ ବିଦେଶୀ ନାଗରିକ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ଜଣ ପଜିଟିଭ ରହିଛନ୍ତି। ସଂକ୍ରମିତ ବ୍ୟକ୍ତିଙ୍କ ନମୁନାକୁ ଜିନୋମ ସିେକ୍ବନ୍ସ ପରୀକ୍ଷା ପାଇଁ ପଠାଯାଇଛି। ଜିନୋମ ସିେକ୍ବନ୍ସ ପରୀକ୍ଷାରୁ କରୋନାର କେଉଁ ପ୍ରଜାତିର ଭୂତାଣୁରେ ସେମାନେ ସଂକ୍ରମିତ ତାହା ଜଣାପଡିବ। ସେହିପରି ଉତ୍ତରପ୍ରଦେଶ ଶାହାଜାନପୁରରେ ୧୨୬ଜଣ ନାଗରିକ ବିଦେଶରୁ ଫେରିଛନ୍ତି। ସେମାନଙ୍କ ସଙ୍ଗରୋଧରେ ରଖା ଯାଇଥିବା ବେଳେ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ବିହାର ଗୋପାଳଗଞ୍ଜ ଜିଲାରେ ମଧ୍ୟ ୫ଜଣ ଆଫ୍ରିକୀୟ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ନମୁନାକୁ ଜିନୋମ ସିେକ୍ବନ୍ସ ପାଇଁ ପଠାଯାଇଛି।

Comments are closed.