‘ସମାଜ’ ବ୍ରହ୍ମପୁର ସଂସ୍କରଣର ୧୩ତମ ସ୍ବନକ୍ଷତ୍ର ଉତ୍ସବ ପାଳିତ

ବ୍ରହ୍ମପୁର: ‘ସମାଜ’ ବ୍ରହ୍ମପୁର ସଂସ୍କରଣର ୧୩ତମ ସ୍ବନକ୍ଷତ୍ର ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ବାଳାଶ୍ରମଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଏବଂ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) କମିଶନର ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ୫୦ରୁ ଊର୍ଦ୍ଧ୍ବ ଅନ୍ତେବାସୀଙ୍କୁ ଫଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଜିଲାପାଳ କୁଲାଙ୍ଗେ ଏବଂ କମିଶନର ବୋନ୍ଦର ‘ସମାଜ’କୁ ଶୁଭେଚ୍ଛା ଜଣାଇଥିଲେ। ଉତ୍କଳ ବାଳାଶ୍ରମର ସୁପରିଟେଣ୍ଡେଣ୍ଟ ସସ୍ମିତା ପାଢ଼ୀ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ପରେ ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ଠାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।

ହସ୍‌ପିଟାଲ୍‌ ସୁପରିଟେଣ୍ଡେଣ୍ଟ ଡା.ବିଶ୍ବମ୍ବର ବେହେରା, ଜିଲା କୁଷ୍ଠ ନିରାକରଣ ଅଧିକାରୀ ଡା. ଗୀତାଞ୍ଜଳି ମିଶ୍ର, ଭେଷଜ ବିଶେଷଜ୍ଞ ଡା. ଅମୂଲ୍ୟ ମିଶ୍ର ଏବଂ ହସ୍‌ପିଟାଲ୍‌ ମ୍ୟାନେଜର କବିତା ମଞ୍ଜରୀ ପୋଲାଇ କାର୍ଯ୍ୟକ୍ରମରେ ଯୋଗଦେଇ ଫଳ ବଣ୍ଟନ କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନା, ଆସୋସିଏଟ୍‌ ହରିକୃଷ୍ଣ କୋଠିଆ, ଅଧ୍ୟାପକ ଡ. ରମେଶ ପ୍ରଧାନ, ପୂର୍ବତନ ସେନା ଅଧିକାରୀ ଅଶୋକ ସାମନ୍ତ, ସମାଜସେବୀ ପଲ୍ଲବ ଦାସ, ଶୁଭଶ୍ରୀ ତ୍ରିପାଠୀ, ବରିଷ୍ଠ ସାମାଜସେବୀ ଇଂ.ଅଭିମନ୍ୟୁ ପ୍ରଧାନ ଏବଂ ରାକେଶ ପ୍ରଧାନ ଯୋଗଦେଇ ସହଯୋଗ କରିଥିଲେ। ‘ସମାଜ’ ବ୍ରହ୍ମପୁର ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ‘ସମାଜ’ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.