ରାଜ୍ୟରେ ୩୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା , ଆଜି ଆଉ ୧୩୮୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରୁ ଆଜି ଆଉ ୧୩୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୭୩ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୧୧ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଶନିବାର ଚିହ୍ନଟ ୧୩୮୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ହଜାର ୨୯୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୫ଜଣ, ବାଲେଶ୍ୱର ଜିଲାରୁ ୭୯ଜଣ, ବରଗଡ଼ ଜିଲାରୁ ୩୩ଜଣ, ଭଦ୍ରକ ଜିଲାରୁ ୨୫ଜଣ, ବଲାଙ୍ଗୀର ଜିଲାରୁ ୫୧ଜଣ, କଟକ ଜିଲାରୁ ୮୯ଜଣ, ଢେଙ୍କାନାଳ ଜିଲାରୁ ୧୧ଜଣ, ଗଜପତି ଜିଲାରୁ ୬୧ଜଣ, ଗଞ୍ଜାମ ଜିଲାରୁ ୩୩୧ଜଣ, ଜଗତସିଂହପୁର ଜିଲାରୁ ୨୨ଜଣ, ଯାଜପୁର ଜିଲାରୁ ୧୮ଜଣ, ଝାରସୁଗୁଡ଼ା ଜିଲାରୁ ୭ଜଣ, କଳାହାଣ୍ଡି ଜିଲାରୁ ୪ଜଣ , କେନ୍ଦ୍ରାପଡା ଜିଲାରୁ ୧୧ଜଣ, ଖୋର୍ଦ୍ଧା ଜିଲାରୁ ୨୧୧ଜଣ, କୋରାପୁଟ ଜିଲାରୁ ୯୭ଜଣ, ମାଲକାନଗିରିଜିଲାରୁ ୩୯ଜଣ, ମୟୁରଭଞ୍ଜ ଜିଲାରୁ ୨୯ଜଣ, ନବରଙ୍ଗପୁରଜିଲାରୁ ୨୬ଜଣ, ନୟାଗଡ଼ ଜିଲାରୁ୨୨ଜଣ, ନୂଆପଡ଼ା ଜିଲାରୁ ୫ଜଣ, ପୁରୀ ଜିଲାରୁ ୧୭ଜଣ, ରାୟଗଡ଼ା ଜିଲାରୁ ୩୮ଜଣ, ସମ୍ବଲପୁର ଜିଲାରୁ ୯୩ଜଣ, ସୋନପୁରଜିଲାରୁ  ୬ଜଣ, ସୁନ୍ଦରଗଡ଼ଜିଲାରୁ ୪୬ଜଣ ରହିଛନ୍ତି ।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୫ ଲକ୍ଷ ୫୬ ହଜାର ୫୮୮ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୩୬ ହଜାର ୨୯୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୧ ହଜାର ୯୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୭ ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ  ହୋଇଛି ଏବଂ ୩୭ ଜଣ ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪ ହଜାର ୯୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Comments are closed.