ବିଦେଶରୁ ଆସିଲା ୧୩୫୦ ଅମ୍ଳଜାନ ସିଲିଣ୍ଡର

ଭୁବନେଶ୍ଵର: କରୋନା ସଙ୍କଟ ସମୟରେ ବହୁ ରାଜ୍ୟରେ ଅମ୍ଳଜାନ ଅଭାବ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ତରଫରୁ ବିଭିନ୍ନ ରାଜ୍ୟକୁ ମେଡିକାଲ ଅମ୍ଳଜାନ ଯୋଗାଇ ଦିଆଯାଉଛି। କେବଳ ଓଡ଼ିଶାରେ ଉତ୍ପାଦିତ ଅମ୍ଳଜାନ ନୁହେଁ, ବିଦେଶରୁ ବି ଓଡ଼ିଶା ସରକାର ଅମ୍ଳଜାନ ଯୋଗାଡ଼ କରିଛନ୍ତି। ରବିବାର ବିଦେଶରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ୧୩୫୦ ସିଲିଣ୍ଡର ଅମ୍ଳଜାନ ଆସି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି।

ପ୍ରଥମ ପର୍ଯ୍ୟାୟରେ କର୍ପୋରେଟ ସାମାଜିକ ଦାୟିତ୍ଵବୋଧ (ସିଏସଆର) ଜରିଆରେ ଆର୍ସେଲର ମିଟ୍ଟଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ତରଫରୁ ଏହି ଅମ୍ଳଜାନ ଆସି ପହଞ୍ଚିଛି। ବିମାନବନ୍ଦରରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଙଏବଂ କେବିକେ ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.